STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଝିଅକୁ ଦି'ପଦ

ଝିଅକୁ ଦି'ପଦ

1 min
188


ତୁ ଆଜିକାଲି ର ଝିଅ

ନିଜ ସୁରକ୍ଷା ନିଜକୁ ସ୍ତିର କରିବାକୁ ହେବ

ଯଥେଷ୍ଟ ଜ୍ଞାନ ଆହରଣ କର

ପ୍ରତି ବିଷୟର ଜ୍ଞାନ ନିହାତି ଜରୁରୀ

ବାପା ଙ୍କୁ ବନ୍ଧୁ ଭାବି ସବୁ କଥା କୁହ

ଭାବନା ଓ ଜିଜ୍ଞାସା ଅଂଶୀଦାର ହେଉ

ଦୁନିଆ ଓ ଦୁନିଆ ବିଷୟକ ଧାରଣା

ତୁମ ନିକଟରେ ଥିବା ବାପାଙ୍କୁ ହିଁ ଜଣା

ବାପା ସବୁବେଳେ ପାଖରେ ନ ଥିବେ

ତୁମ ଜିବନ ସୁରକ୍ଷା ତୁମ ହାତରେ।


ନଡ଼ିଆ ଖୋଳ ପରି ବାହାରକୁ ଶକ୍ତ

ପ୍ରତିରକ୍ଷା ପାଇଁ ଦୃଢ଼ ହେବାକୁ ହେବ

ଭଲ ଓ ମନ୍ଦର ସଂଜ୍ଞା

ସ୍ପଷ୍ଟ ଭାବରେ ବୁଝିବା ବିଧେୟ

ଦୁନିଆ ର ନିଜସ୍ଵ ଆଖି ଅଛି

ଦୁନିଆ ତା ଇଛାରେ ଦେଖେ

ତୁମକୁ ପାଦ ଦୃଢ଼ କରିବାକୁ ହେବ

ଆଖି ଓ ଉଦ୍ଦେଶ୍ୟ ପବିତ୍ର ରଖ।


ପରିସ୍ଥିତି ଦେଖି ମଜବୁତ୍ ହୁଅ

କେହି ଖରାପ ଆଖିରେ ଦେଖିଲେ

ସେମାନଙ୍କୁ ତାଗିଦ୍ କରି କହିବାକୁ ହେବ

ଆଜିର ଝିଅ ଦୁର୍ବଳ ନୁହେଁ।


ସମୟ ଆସିଛି, ନିଜ ସୁରକ୍ଷା ନିଜର

ସମୟ ଆସିଛି,କିଛି କହିଲେ ଉତ୍ତର ଦେବାକୁ

ସମୟ ଆସିଛି,ନିଜକୁ ରକ୍ଷା କରିବାକୁ

ସମୟ ଆସିଛି,ସବୁ କିଛି ନିଜେ କରିବାକୁ।


କେହି ଥଟ୍ଟା କଲେ,ଚୁପ୍ ଚାପ୍ ନାହିଁ

ସାହସ ର ସହିତ ଉତ୍ତର ଦିଅ

ଉତ୍ତର ଦେବାକୁ ନିଜକୁ ସାହସୀ କର।


ପଥର ଓ ଛୁରୀ ବ୍ୟବହାର ପୂର୍ବରୁ

ବ୍ୟବହାର କୌଶଳ ପ୍ରଶିକ୍ଷଣ ନିଅ

ଲୋଲୁପ-ଦୃଷ୍ଟି-କାରୀ ଜାଣୁ

ଝିଅ ଦୁର୍ବଳ ନୁହେଁ 

ଅସାମାଜିକ ଙ୍କୁ ବୁଝାଇବା , ତୁମ କାମ ନୁହେଁ।


ମନରୁ ଭୟ ଦୂର କର

ଭୟାଳୁଙ୍କୁ ଦୁନିଆ ଭୟଭୀତ କରାଏ

ଭୟ କରି ଜିବନ ବଞ୍ଚାଇବା ନୁହେଁ,ସଂଘର୍ଷ କର

ବଞ୍ଚିବା ର ଅନ୍ୟ ନାମ ହିଁ ସଂଘର୍ଷ।


ଲୋଭୀ ପଶୁମାନେ ଚାରିଆଡେ

ବେଳେବେଳେ ବନ୍ଧୁ ପରି ହେବେ

ସାଥୀ ହେବାକୁ ଚେଷ୍ଟା କରିବେ

ନିଜକୁ ଧାର୍ମିକ ଆଚରଣର ବାହାନା କରିବେ

ଉପସ୍ଥିତି ବୁଦ୍ଧି ଖଟାଇ ପ୍ରସ୍ତୁତ ହୁଅ

ବୁଦ୍ଧିମତା ର ଜ୍ଞାନ ପ୍ରୟୋଗ କର।


ଯଦି ଅନୁଭବ ହେବ,ପିଶାଚ ଙ୍କ କବଳରେ

ମୁକ୍ତିର ରାସ୍ତା ଦେଖା ଯାଉନି

ଦୁର୍ଗା, କାଳୀ ର ଅବତାର ହୁଅ

ଧ୍ଵଂସ କର, ନୀପାତ କର ସେ ପାପିଙ୍କୁ

ମନରେ ଦ୍ୱିଧା ନାହିଁ,ସୁରକ୍ଷା ହିଁ ବିଧେୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract