STORYMIRROR

Alhadini Panigrahi dash

Abstract

3  

Alhadini Panigrahi dash

Abstract

ଚନ୍ଦ୍ରଯାନ ତିନି

ଚନ୍ଦ୍ରଯାନ ତିନି

1 min
120


ଅନ୍ତରିକ୍ଷ ଚିରି ସଦର୍ପେ ଆଗେଇ

   ଚାଲିଛି ଚନ୍ଦ୍ରଯାନ ତିନି

ଚନ୍ଦ୍ରମା କୁ ଚୁମି ଆଲିଙ୍ଗନ କରି

   ଗୁପତେ ରହସ୍ୟ ଭେଦି ାା୧ାା


ଆହେ ଚନ୍ଦ୍ରଯାନ ଚନ୍ଦ୍ରମା ପ୍ରେମିକ

   ଯାତ୍ରା ହେଉ ଶୁଭଙ୍କର

ଗୋପନେ ଗୋପନ ଭେଦ ଭେଦି କରି

   ଚକ୍ଷଣେ ଦେବ ଖବର ାା୨ାା


ତିମିର ଚାଦର ଘୋଡାଇ ହୋଇ କି

  ଲୁଚାଇଛି ଯେଉଁ ଅଙ୍ଗ

ସେ ରହସ୍ୟମୟୀ ଅଙ୍ଗ ସଙ୍ଗ ଲଭି

  ରହସ୍ୟ କରିବ ଭଙ୍ଗ ାା୩ାା


ଧନ୍ୟ ମୋ ଦେଶ ର ବୈଜ୍ଞାନିକ ଗଣ

   ତୁମ୍ଭେ ବିଶ୍ବ ର ଆଦର୍ଶ

ଧନ୍ୟ ହେ ବିଜ୍ଞାନ ତୁମ୍ଭ ପାଇଁ ମାନ

  କରେ ମୋ ଭାରତ ବର୍ଷ ାା୪ାା


ବିଫଳ ହେଲେ ହେଁ ହାର ମାନେ ନାହିଁ

   ନ ବସେ ହୋଇ ବିମର୍ଷ

ଦ୍ବିଗୁଣ ଉତ୍ସାହେ ଲଢି ପଡି ପୁଣି

  ପାଏ ବିଜୟ ର ସ୍ପର୍ଶ ାା୫ାା


ବିଫଳତା ସବୁ ଶିଡି ଟେ ବନାଇ

  ଦମ୍ଭେ ଆଗେଇ ଚାଲେ

ବିସ୍ମୟ ହୋଇ ବିଶ୍ବ ଦେଖଇ 

  ଜୟ ଟୀକା ମାଆ ଭାଲେ ାା୬ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract