STORYMIRROR

Niranjan Sahu

Abstract

4  

Niranjan Sahu

Abstract

ଜୀବନ ତଥ୍ୟ

ଜୀବନ ତଥ୍ୟ

1 min
469

କେତେ ଆସିଛନ୍ତି କେତେ ଯାଇଛନ୍ତି

ଜୀବନର ଗତି ପଥରେ

ଜଣେ ରହିଯାଏ ସବୁଦିନ ପାଇଁ

ଦୁଃଖ ସୁଖ ହୋଇ ସାଥିରେ।


ଦୁଃଖ ସମୟରେ ଅଣ୍ଟା ଭିଡ଼ିଥାଏ

ଧୌର୍ଯ୍ୟ ର ସହିତ ସାଥେ ଛିଡାହୁଏ

ଜୀବନସାଥୀର ମାନ ରଖିଥାଏ

ଜନ୍ମ ଜନ୍ମ ପାଇଁ କଥା ଦେଇଥାଏ।


ସ୍ତ୍ରୀ ରୂପେ ଆସି ମାଆ ରୂପ ନିଏ

ପରିବାର ବୋଝ ନିଜ ମୁଣ୍ଡେ ନିଏ

ମମତା ବନ୍ଧନେ ବାନ୍ଧି ଦେଇଥାଏ

ସବୁ ଦୁଃଖ ସହି ସୁଖ ବାଣ୍ଟିଥାଏ ।


ଗୋଟି ଗୋଟି କରି ସବୁ ଚାଲିଯିବେ

ବଡ଼ ହୋଇ ଯେବେ ସଂସାର ଗଢିବେ

ସ୍ନେହ ମମତାକୁ ପଛରେ ଛାଡିବେ

ସ୍ୱାର୍ଥପର ହୋଇ ସ୍ୱାର୍ଥରେ ବଞ୍ଚିବେ ।


ବୃଦ୍ଧ ବୃଦ୍ଧା ଦୁହେଁ ଏକା ରହିଯିବେ

ପରସ୍ପର ଦୁହେଁ ସାହାରା ହୋଇବେ

ଜଣ ଜଣ କରି ଶେଷରେ ଫେରିବେ

        ଏହାହିଁ ତ୍ରିବାର ସତ୍ୟ

ମନେ ରଖିଥିବେ ଜ୍ଞାନୀ ଗୁଣୀମାନେ

        ଏହାହିଁ ଜୀବନ ତଥ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract