ହୋଇଯାଇ ବଡ଼ ଦୁଃଖିନୀ
ହୋଇଯାଇ ବଡ଼ ଦୁଃଖିନୀ
ଧନ ଅଛି ବୋଲି ଗରବ କରୁଛ
ଗାଡି ଘୋଡା ଧରି ବୁଲୁଛ
ଗାଡି ଘୋଡା ଧରି ବୁଲା ବୁଲି କରି
ନିଜକୁ କଣ ଭାବୁଛ ।
ବାଟରେ ତୁମେ ମନଇଚ୍ଛା ଯାଅ
ବାଟ ଟା କି ତୁମ ବୋପାର
ଯାହାକୁ ତାହାକୁ ଗାଡି ଧକାଦେଇ
ଭାଙ୍ଗିଦିଅ ତାର ସଂସାର ।
ପଶୁ ହେଉ କି ମଣିଷ ହେଉ
ସଭିଙ୍କ ସଂସାର ଅଛି
ସବୁ ସଂସାର ରେ ସ୍ନେହ ସମ୍ପର୍କ
ପରସ୍ପର ରହିଅଛି ।
ଭାବୁଛକି ତୁମେ ଦେଖୁନାହିଁ କିଏ
ଦେଖୁଛି ଉପରଵାଲା
ସମୟ ଆସିଲେ ନିଶ୍ଚେ ଦଣ୍ଡ ଦେବ
କରିଦେବ ତୁମ ଢିଲା ।
ପଶୁ ବୋଲି ସିନା ଚୁପ ରହିଛି
ଭିତରେ ଭିତରେ କାନ୍ଦୁଛି
କାନ୍ଦି କାନ୍ଦି ସିଏ ଉପର ଵାଲା କୁ
ତା ଦୁଃଖ କାହାଣୀ କହୁଛି ।
ମାଆ ଟିଏ ସିଏ କେମିତି ସହିବ
ଦେଖି ପିଲାଙ୍କର ମରଣ
ଦୁଃଖରେ କାନ୍ଦୁଛି ଜଗି ସେ ବସିଛି
କାଳେ ଆସିଯିବ ପରାଣ ।
ସେ କାହୁଁ ଜାଣିବ ଚାଲିଗଲା ଯିଏ
ଆଉ ଜମା ଫେରିବନି
ମାଆର ମମତା ଦାଣ୍ଡରେ ଝୁରୁଛି
ହୋଇଯାଇ ବଡ଼ ଦୁଃଖିନୀ ।