STORYMIRROR

Lunar Das

Tragedy Inspirational

3  

Lunar Das

Tragedy Inspirational

ଯାଯାବର

ଯାଯାବର

1 min
176


ଏ ଜିଜ୍ଞାସୁ ବଳୟ ଭିତରେ

ବାନ୍ଧି ହେବାର ନିର୍ବୋଧତା

କେବେ ମୋର ବି ଥିଲା।

ମୁଁ ତୁମ ଭିତରେ

ଆବଦ୍ଧ ହିଁ ଥିଲି

ଏ ସାଂସାରିକ ମୋହ ଭିତରେ

ନିଜଠୁ ଖସି ଖସି କେତେବେଳେ

ନଜ ପାଖେ ଅତି ସାଧାରଣ ହୋଇଗଲି

ନିଜେ ବୁଝି ପାରିଲିନି।

ଖୁବ ଗମ୍ଭୀର ଦିଶୁଥିଲା ସମୟ

ଯେମିତି ଚୂଡ଼ାନ୍ତ ନିଷ୍ପତ୍ତି ଟିଏ

ତା' ଭିତରେ ବାର୍ ବାର୍ ମୋତେ

ନିର୍ଦ୍ଦେଶ ଦେଉଥିଲା,

ତୁ ନିର୍ଭୟା ତୁ ନିର୍ଭୟା ଆଗକୁ ଯା।

ଅବୁଝା ଥିଲି ମୁଁ

କିଛି ଅସମାହିତ ଉତ୍କଣ୍ଠା ର ଅଭିପ୍ସା

ସୀମାହୀନ ତତ୍ତ୍ୱ ଟିଏ ପରି

ପ୍ରବାହିତା ଥିଲା ଜୀବନ ବୃତ୍ତରେ ।

ମୃତ ସମୟ ର ପୁଞ୍ଜି କୁ

ଗୋଟାଇ ଗୋଟାଇ ଥକି ଗଲି ଯେବେ

ଆଭ୍ୟନ୍ତରେ,

ଦେଖିଲି ତୁମକୁ ।

ସିକ୍ତ ବାଲିଚର ଭୂମି ମଧ୍ୟରେ

ପାଦ ଥାପି ଥାପି

ତୁମେ ଯେବେ ଆଗକୁ ବଢୁଥିଲ,

ମୁଁ କେବଳ ତୁମ ପାଦ ଚିହ୍ନ କୁ ଦେଖି

ମୋ ଠାରୁ ଦୂରତା ମାପୁଥିଲି।

ବାର୍ ବାର୍ ପବନ ର ଧକ୍କା ରେ

ପଛକୁ ଫେରି

ତୁମକୁ ହିଁ ଦେଖୁଥିଲି....

ଉଦ୍ ବେଳିତ ପ୍ରଶ୍ନ ସବୁ

ଅସ୍ଥିର କରି ନୟାନ୍ତ କରୁଥିଲା ମୋତେ

ପ୍ରଶ୍ନ ଏତିକି ଥିଲା,

ଏ ବର୍ତ୍ତମାନ ଆଗେ

ବିଗତ ସ୍ମୃତି ଟା କ'ଣ କ୍ଷଣସ୍ଥାୟୀ ??

ତୁମର ସେଇ ଓଦା ବାଲିରେ

ପଡ଼ି ଥିବା ପାଦ ଚିହ୍ନ ଗୁଡ଼ାକ

ଉଡ଼ନ୍ତା ପବନ ରେ

ଢାଙ୍କି ହୋଇ ଆସୁଥିଲା

ଶୁଷ୍କ ବାଲୁକା ର

ଅବାଧ୍ୟ ପ୍ରବେଶ କୁ

ମୁଁ ଆଉ ରୋକି ପାରୁ ନଥିଲି

ଗୁମ୍ ନାମ୍ ଅନ୍ଧକାର ଭିତରେ

ହଜିଯିବା ପୂର୍ବରୁ ଫର୍ଚ୍ଚା ଫର୍ଚ୍ଚା ବେଳାରେ

ଟୋପାଏ ଆଲୋକ ର

ସନ୍ଧାନ ପାଇଲି।

ଅପେକ୍ଷା ର ତିକ୍ତ ଅନୁଭୂତି କୁ

ଦିଗ୍ ବଳୟ କୁ ଠେଲିଦେଲି

ସବୁଦିନ ପାଇଁ

ବର୍ତ୍ତମାନ କୁ ଜୀଇଁବା ଆଶାରେ ,

ଯାଯାବର ଟିଏ ହୋଇ ଗଲି ।

ଆଜି ଦୀର୍ଘ ପଥ ର ଯାଯାବର ମୁଁ

ଏମିତି ଚାଲୁଥିବି ଯେଉଁଠି

ପାଦ ମୋର ଥକି ନ ଯାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy