STORYMIRROR

Lunar Das

Romance Others

4  

Lunar Das

Romance Others

ପ୍ରହ୍ଲାଦିନୀ

ପ୍ରହ୍ଲାଦିନୀ

2 mins
301

ପ୍ରହ୍ଲାଦିନୀ

ସେ କିଏ ଥିଲା କେଜାଣି
ମୋତେ ଛୁଇଁ ଦେଇ ଚାଲିଯାଉଥିଲା
ମୋ ସ୍ୱପ୍ନର ଗୋଟିଏ
ଖୁବ୍ ସୁନ୍ଦର ଅନୁଭବ ଥିଲା ।

ମୁଁ ଯେବେ ଏକୁଟିଆ ବସୁଥିଲି
ମୋ ମନକୁ ଦୋହଲାଇ ଦେଉଥିଲା
ମୋ କଳ୍ପନାର ଅନନ୍ତ ବାସ୍ନାରେ
ସେ ସଂଯୁକ୍ତ ହୋଇ ନୀରବତା ଆଡ଼େ
ମୋତେ ଠେଲି ଦେଉଥିଲା
ସିଏ କିଏ ଥିଲା କେଜାଣି
ମୋତେ ଛୁଇଁ ଚାଲିଯାଉଥିଲା ।

ମୁଁ ଯୌବନର
ଶେଷ ପାହାଚରେ ଛିଡ଼ା ହୋଇ
ପୁଣିଥରେ ବୁଲିପଡ଼ି ଦେଖିଥିଲି ଥରେ
ସେ ହସି ଦେଇ ଚାଲିଯାଇଥିଲା,
ସେଦିନ ମୋ ସରଳ ମନରେ
କିଛି ଫୁଲ
ସେହିକ୍ଷଣେ ଫୁଟି ଫୁଟିଉଠିଥିଲା
ନିଷ୍ପର୍ବା ଜୀବନରେ
ଆତ୍ମାର ପର୍ବା କରିଥିଲି ସେଦିନ।

ରାତ୍ରିରେ ତାରାଫୁଲ ଆକାଶରେ
ଫୁଟି ଉଠୁଥିଲା ବେଳେ
ସକାଳେ ଧଳା ଫୁଲ ଉପରେ
ମୁକ୍ତା ଝରୁଥିଲା
ମୁଁ ସେ ମୁକ୍ତାକୁ ଗୋଟେଇବାକୁ ଚାହିଁଥିଲି
ଛୁଉଁ ଛୁଉଁ ମୋ ହାତରେ ମିଳେଇଗଲା ।

ମୁଁ ଯେବେ ସକାଳର
ପ୍ରଥମ ସୂର୍ଯ୍ୟ ରଶ୍ମିରେ
ତାକୁ ଦେଖୁଥିଲି
ସେ ଉଦ୍ଭାସିତ ହୋଇ ଉଠୁଥିଲା,
ମୁଁ ଯେବେ ତାକୁ ଛୁଇଁବାକୁ ଚାହୁଁଥିଲି
ସେ ଖୁବ୍ ଦୁରେଇ ଯାଉଥିଲା
ସେ କିଏଥିଲା କେଜାଣି
ମୋତେ ଛୁଇଁ ଚାଲିଯାଉଥିଲା।

କାନ୍ ଭାସ୍ ରେ ଦିନେ
ତା' ଚିତ୍ରଟିଏ  ଆଙ୍କିଥିଲି ଥରେ
ସେ ଚିତ୍ରରେ ସେ ମୋତେହିଁ
ଦେଖୁଥିଲା,
କଲମ ତୁଳୀରେ
ତା' ଓଠର ଧାର ଆଙ୍କିଲା ବେଳେ
ସେ ମୋତେହିଁ ଚାହିଁ ହସୁଥିଲା
କି ପ୍ରଗଲ୍ଭା ଥିଲି ତାପାଇଁ
ଦିନସାରା ମୋ ମୁହଁରେ
ହସଟିଏ ଭରିଗଲା,
ସେ କିଏଥିଲା କେଜାଣି
ମୋତେ ଛୁଇଁ ଚାଲିଯାଉଥିଲା।

ମୁଁ ଯେବେ ଏକାନ୍ତରେ ବସି
ତାକୁ ଚିଠିଟିଏ ଲେଖିଲି
ସେ ଶବ୍ଦସବୁ କବିତା ହୋଇଗଲା,
ମୋ ସୁଖଦ ଅନୁଭବର ମୂର୍ଚ୍ଛନା
ସଂଗୀତରେ ପରିଣତ ହୋଇ
ହାୱଆ ର ଲହରୀରେ ଭାସିଗଲା ।

ମୋ କଳ୍ପନାର ଅନନ୍ତ ଅନୁଭବରେ
ସେ ସଂଯୁକ୍ତ ଥିଲା
ମୋ ନିଃଶ୍ୱାସର ଯିବା ଆସିବା ମାର୍ଗରେ,
ଅମୃତ ମୁହୂର୍ତ୍ତରେ
ଆଖି ଖୋଲିଲା ବେଳେ
ସେ ଅସୀମ ଉର୍ଜାରେ ଥିଲା
ମୋ ଅନୁଭବରେ ।

ମୁଁ ଅନ୍ଧକାରରୁ ବାହାରି
ଉଜ୍ଜ୍ୱଳତା ଆଡ଼େ ଗଲାବେଳେ
ସେ ବି ଥିଲା ମୋ ସାଥିରେ ସାଥିରେ ,
ସିଏ କିଏଥିଲା କେଜାଣି
ମୋତେ ଛୁଇଁ ଚାଲିଯାଉଥିଲା।

Lunar Das.
11 .4 .2025


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance