STORYMIRROR

Lunar Das

Romance Tragedy

4  

Lunar Das

Romance Tragedy

ଧୂଆଁ

ଧୂଆଁ

1 min
22


ମୋ ଜନ୍ମ ଆଉ ମୃତ୍ୟୁର ଦୂରତ୍ୱ ଭିତରେ

ଅନେକ ଥର ଫେରିଛି ସେ

ମୋ ମନକୁ ବିନ୍ଦୁଏ ଆବେଗରେ

ସମାଚ୍ଛନ୍ନ କରିଦେବାକୁ ।

ତାକୁ ମୋ ମନର ଗଣ୍ଠିରେ

ବାନ୍ଧି ରଖିବାକୁ

ମୁଁ ଅନେକଥର ଗୋଲାପ ଫୁଲକୁ

ଗଛସହ ନିଜ ଆଡ଼େ

ଆଉଜେଇ ନେଇଛି ।

ଗୋଲାପଗଛର କଣ୍ଟାରେ

ମୋ କର ପଲ୍ଲବରୁ

ଝରିପଡ଼ିଥିବା ରକ୍ତର ଧାରକୁ

ପୋଛି ଦେଇଛି ମୁଁ ଅନେକଥର

ମୋର ସ୍ଵଛ ବସ୍ତ୍ରରେ

ଦାଗଟିଏ ଲାଗିଯାଇଛି ସବୁଦିନ ପାଇଁ '

ସେ ଦାଗ ଅଛଡ଼ା ,ଅଫେରା

ଆଉ ଅଲିଭା.........।

ମୋ ମନର ଅଭିସନ୍ଧିରେ ଅଛି

ଅସଂଖ୍ୟ କୁହୁଳା ଧୂଆଁ

ମୋ ଧୃତିରେ ବନ୍ଧା ପଡ଼ିବାକୁ

ପ୍ରତ୍ୟାଶାର ଭାବ ଭିତରେ

ଜନ୍ମ ନେଇଛି

କୁଢ଼ କୁଢ଼ ପ୍ରଶ୍ନ

ସେ ଧୂଆଁ ଵିଶ୍ଲିଷ୍ଟ ନୁହେଁ କାହିଁକି

ମୋ ଠାରୁ ???

ମୃଣାଳୀ ପତ୍ରରେ ଦେଖିଛି

ଢଳ ଢଳ ପାଣିର ଅସ୍ଥିରତା

ମାପି ନେଇଛି ଜୀବନର ମୂଲ୍ୟ

ପତ୍ରରୁ ଜଳ ଖସିଲେ

ସବୁକିଛି ଶୂନ୍ୟ

ନିଜ ଆୟତର ବାହାରେ

ଏ ମନ ଓ ଜୀବନ

ଠିକ୍ ଏକାପରି ନଶ୍ୱର ।

ଅନାଗତକୁ କିଏ ଦେଖିଛି

ଜୀବନ ଯାତ୍ରାରେ

ତେବେବି ସେ ଆସିଛି

ଧୂଆଁ ରୂପରେ ଅନେକଥର

ମୋ ନିଲୀନ ପ୍ରହରେ

ମୋତେ ନିଜ ଭିତରେ ବାନ୍ଧି ଦେବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance