STORYMIRROR

Lunar Das

Tragedy Action Others

4  

Lunar Das

Tragedy Action Others

ଶେଷ ବିଦାୟ

ଶେଷ ବିଦାୟ

2 mins
329

ଶେଷ ବିଦାୟ କେହି କାହାର ଦୁଃଖ ବୁଝିବାକୁ ନଥିଲେ ସେଦିନ ତା'ଆଖିରେ ଲୁହ ଶୁଖି ଯାଇଥିଲା କିଛି ଦମ୍ଭଥିଲା ମନରେ ସେ ମୁହୂର୍ତ୍ତକୁ ଯୁଝିବାକୁ । ସେଇ ଅଗଷ୍ଟ ନଅର କାଳଗ୍ରାସିତ ସହର କଳା ଧୂଆଁ ରେ ନିଶବ୍ଦ ହୋଇଯାଇଥିଲା ସକାଳର ପ୍ରହର । ଲକ୍ଷ ଲକ୍ଷ ମୁଣ୍ଡମାଳ, ଛିନ୍ ଛତ୍ର ରକ୍ତମାଂସ ଠାବ ହେଉନଥିଲା ବିକ୍ଷିପ୍ତ ଶରୀରର , ଅସରା ଥିଲା ସେ ଦୁଃଖ ଯନ୍ତ୍ରଣା ଲମ୍ବିଯାଇଥିଲା ଶବ ବିଶେଷ । ନିର୍ଜୀବ ଛୋଟ ଭାଈର ଶବକୁ ନେଇ ଦଶ ଘଣ୍ଟାରୁ ଅଧିକ ଛିଡ଼ା ହୋଇଥିଲା ଦୁଇଟି କୁନି ପାଦ। ଉଚ୍ଚତର ଥିଲା ତା' ସଂକଳ୍ପ ସେ ନିଜ ହାତରେ କରିବ ତା' କୁନିଭାଈର ଦାହ ସଂସ୍କାର। ଜୀବନ ଯେଉଁଠି ନିଶବ୍ଦ ଠିକଣା ଭୟ ବା କାହିଁକି ଲାଗିବ କୁନି ମନର ଯନ୍ତ୍ରଣା କୁ କିଏ ବା ପଢ଼ି ପାରିବ। ଜାପାନୀ ସିପାହୀ ଯେବେ ଆହତ ମନରେ ନିର୍ଦେଶ ଦେଇଥିଲା, କ୍ଷଣେ ବସିଯା ଆହୁରୀ ସମୟ ଲାଗିବ, ଥକ୍କା ପଣରେ ହାର୍ ସେ ନମାନି ତଳେ ମୁହୂର୍ତ୍ତେ ବସି ଯାଇନଥିଲା । ସିପାହୀ ମୁହଁକୁ ଦେଖି ନିମିଷକେ ଉତ୍ତର ଟେ ଦେଇଥିଲା ସେଦିନ ମୋ ସାନଭାଇର ବୋଝ ବୋଝ ନୁହେଁ ମୋର ମୁଁ ଆହୁରି ସମୟ ଭାର ବୋହି ପାରିବି ସଂସାର ଯେଉଁଠି ଅନ୍ଧ ବଇରୀ ମୋ ଆପଣା ରକ୍ତର ଭାର କେଉଁଠି? ସେଦିନ ସିପାହୀର ଆଖିରେ ଅଶ୍ରୁ ଥିଲା ଆଘାତ ପ୍ରାପ୍ତ ଜୀବନରେ ସମୟକୁ ଅବା କିଏ ମାପିଛି ଯନ୍ତ୍ରଣା ସୀମାନ୍ତ ରେ ପହଂଚିଲା ପରେ ଜୀବନ କର୍ତ୍ତବ୍ୟ ଆଗରେ କେବଳ ବଳି ପଡ଼ିଛି। ପିଲାଟିର ମନରେ କେବଳଥିଲା ଅସରାଏ ଅପେକ୍ଷା ତା' ସାନଭାଇକୁ ଇଜ୍ଜତର ସହ ଅନ୍ତିମ ବିଦାୟଟିଏ ଦେଇ ସେ ଏକା ଏକା ନିଜ ରାସ୍ତାରେ ଫେରିଯିବ। ମୃତକଙ୍କ ଲାଇନ୍ ରେ ଥିଲା ସେଦିନ ଅନେକ ଭିଡ଼, ଅଗଣିତ ଶବ ସଙ୍ଗେ ଆତ୍ମିୟ ମାନେଥିଲେ ମୁକ ବଧିର, ହାହାକାର ଶୁଭୁଥିଲା ସାରା ଦେଶର। ହିରୋସିମା , ନାଗାସାକୀର ସେହି ବିଭତ୍ସ ରୂପ ହୁତୁ ହୁତୁ ନିଆଁ ଜଳେ ସହର ଯାକ। ଆଜିକୁ ଅଣାଅଶି ବର୍ଷ ବିତି ସାରିଛି ଏବେବି ଭଙ୍ଗା ଟାୱାରଟି ମୁଣ୍ଡ ଟେକିଛି, କୁନି ପିଲାଟିର ଠିକଣା କିଏ ଜାଣିଛି ସମୟର ଫର୍ଦ୍ଦରେ ଶେଷ ବିଦାୟର ଫୋଟୋ ଟେ ରହି ଯାଇଛି। Lunar Das. 13 .4 .2025


Rate this content
Log in

Similar oriya poem from Tragedy