STORYMIRROR

Lunar Das

Tragedy Others

4  

Lunar Das

Tragedy Others

ଅବାରିତ ସମୟ

ଅବାରିତ ସମୟ

1 min
28

ଅବାରିତ ସମୟ ------------------- ମହାକାଳ ର ଅର୍ଘ୍ୟ ରେ ଜୀବନ ର ଅସ୍ଥିରତା ଆଜି ମାପି ଚାଲିଛି। କାହାର କେତେ ଅନୁରାଗ ତରାଜୁ ରେ ତୌଲି ବାକୁ ବେଳ ନାହିଁ ଡାକରା ଯନ୍ତ୍ରରେ ଜାଗରଣ ର ଶବ୍ଦ ଶୁଭୁଛି, କିଏ କେଉଁଠି ଅଛ ରେ ସେମିତି ଥାଅ ଅଜନ୍ମା ରାକ୍ଷସ ଟେ ବାଟ ଓଗାଳି ବସିଛି। ଦୀର୍ଘ ପାଚେରୀ ର ଆରପଟେ କେଉଁ ପ୍ରେମିକା ର ହଜିଯାଇଥିବା ମାନସ ଅବ୍ୟକ୍ତ ର ସ୍ୱରେ ସ୍ମୃତିକୁ ଖୋଜି ଚାଲିଛି। ସୁପ୍ତ ବିବର୍ଣ୍ଣ ପାଣ୍ଡୁଲିପି ରେ କେତେ ବର୍ଷ ତଳର ଅନେକ ଧୂଳି ଜମିଗଲାଣି ପୋଛି ପାଛି ରଖିବାକୁ ଆତ୍ମୀୟତା ନାହିଁ ପ୍ରୀତି ର ସରାଗ ଟିଏ ଯେ ମୁହଁକୁ ଘୋଡ଼ାଇ ବସିଛି। ଘମାଘୋଟ ଅନ୍ଧକାରେ ପୃଥିବୀ ବୁଡ଼ିବାକୁ ଆଉ କେତେ ବା ସମୟ ବାକି ଅଛି । ଅନିଦ୍ରା ର ଇଲାକାରେ ଅନେକ ଭଙ୍ଗୁର ଆଶା ନିଶବ୍ଦ ରେ ଚିତ୍କାର କରୁଛି, କାହାକୁ ଖୋଜିଲେ କେହିବି ତ ଦିଶୁ ନାହାଁନ୍ତି ଅବରୋଧ ନିଶ୍ୱାସ ତଳେ ଶ୍ବାସ ଟିଏ ରାସ୍ତା ଖୋଜି ବୁଲୁଛି। ନିରୁତା ର ମୁହୂର୍ତ୍ତରେ ଶୁଭୁଛି ସ୍ୱାନ ର ନିଧ୍ୱାନ ବୋଧେ, ମୃତ୍ୟୁ ଦୂତ ଟିଏ କାହାର ଠିକଣା ଖୋଜୁଛି। ନିସାହା ଛାତିରେ ଛାତିଏ କମ୍ପନ ଏ କମ୍ପନ ବର୍ତ୍ତମାନର ତ ନୁହେଁ ସାଇତା ପ୍ରାରବ୍ଧ ର କିଛି ସଂଶୋଧନ । ଧିମି ଧିମି ସନ୍ଧ୍ୟାରେ ଧୂସର ଆକାଶେ ଦୀପ ଶିଖା ଟିଏ ଜଳାଇ କିଏ ପ୍ରଶ୍ନ କରେ, ତୁମେ ସେଦିନ ପରି ପୁଣି ଥରେ ମୋ ହାତ କୁ ବିନା ଦ୍ଵିଧା ରେ ଛୁଇଁ ପାରିବ ..? ଯଦି ବା ଜାଣିଛି ସମୟ ଟା ଆଜି ପ୍ରହେଳିକା ଆକ୍ତା ମାକ୍ତା ର ନିଶ୍ୱାସ ତେବେ ବି ସମ୍ଭାବନା ର ଆଶା ରେ କୁହୁଳା ଧୂଆଁ ରେ ପ୍ରତ୍ୟାବର୍ତ୍ତନ ର ଅପେକ୍ଷା ଟିଏ ରଖିଛି। ଲୁନାର ଦାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy