STORYMIRROR

Lunar Das

Tragedy Others

4  

Lunar Das

Tragedy Others

ନିମିତ୍ତ ସରାଗ

ନିମିତ୍ତ ସରାଗ

1 min
423


ମୁଁ ମୋ ଉପନ୍ୟାସର

କାହାଣୀ ହେବା ପୂର୍ବରୁ

ଅସୁମାର ସରାଗକୁ ବାନ୍ଧି ରଖିଛି ।


ଜୀବନକୁ ଜଞ୍ଜାଳମୟ ନକହିବା ବାହୁଲ୍ୟରେ

ଖୁବ୍ ରହସ୍ୟମୟ ନାମଟିଏ ଦେଇଛି ।


ମୋ କର ପଲ୍ଲବରେ 

ଲେଖାଯାଇଥିବା ଅକ୍ଷରକୁ

ପଢ଼ିବାର ସାମର୍ଥ୍ୟ ଯଦିବା ମୋର ନାହିଁ

ଜୀବନର ଫର୍ଦ୍ଦରେ 

ଉପକଥାଟିଏ ହୋଇସାରିଛି ,

ମୁଁ ମୋ ଆତ୍ମାର ଭାଷାକୁ ପଢ଼ି ସାରିଛି।


ପୂର୍ବ ଆକାଶରେ

ଚିକିମିକି କରୁଥିବା ଧ୍ରୁବ ତାରାକୁ

ଦେଖି ଭାବେ 

ସେ ପୁଣି ଲିଭିଯାଏ କାହିଁକି

ଏ କାହିଁକିର ଉତ୍ତରଟା

ଆଜିଯାଏ ମିଳିନାହିଁ 

ସବୁକିଛି ରହସ୍ୟ ଘେରରେ ।


ମୃଣାଳୀର ପତ୍ରରେ

ଢଳ ଢଳ ଜଳବିନ୍ଦୁକୁ

ଦେଖିଛି ଆଖିରେ

ତଳେ ପଡ଼ିଗଲେ 

ସବୁକିଛି ଶେଷ

ଠିକ୍ ଜୀବନପରି

କ୍ଷୋଭ ହୋଇଯିବାର

ଭୟ ବିନାହିଁ 

ତେବେବି ଲକ୍ଷ୍ୟରହେ ମୁହୂର୍ତ୍ତକୁ ।


ଏ ସତ୍ତ୍ୱ ଲୋକରେ ଅସ୍ତିତ୍ବ ବା କାହାର

ଏକ ପ୍ରେମ ସ୍ପଦ ପାର୍ଥିବ ହାତଟେ

ଶୂନ୍ୟକୁ ଦେଖି

ନିମିତ୍ତ ସରାଗରେ

ସ୍ମିତ ହାସ୍ୟଟିଏ ଓଠରେ ସଜାଇ ଦିଏ

ନିରବ ଶବ୍ଦଟିଏ ପୃଥିବୀ ଲୋକରୁ

ସ୍ଵର୍ଗଲୋକକୁ କ୍ଷଣକେ ଚାଲିଯାଏ

ମୁଁ ଖୁବ୍ ବଞ୍ଚି ସାରିଛି 

କୋଟିଏ ଆକାଂକ୍ଷା ଭିତରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy