STORYMIRROR

Lunar Das

Romance Others

4  

Lunar Das

Romance Others

ଅନ୍ତିମ ଅଭ୍ୟର୍ଥନା

ଅନ୍ତିମ ଅଭ୍ୟର୍ଥନା

1 min
346

ଅନ୍ତିମ ଅଭ୍ୟର୍ଥନା

ମେଞ୍ଚେ ଶୁଖିଲା ଫୁଲର ଗଦାକୁ ଏଡ଼ାଇ

କେଉଁ ଅତର ବାସ୍ନା ଟିଏ

ଖୋଜୁଥିଲେ ସିଏ ନିଜପାଇଁ

କାରଣବି ଥିଲା ଅନେକ

ସେ ବାସ୍ନାସହ ତାଙ୍କର

ଖୁବ୍ ଗଭୀର ଅନୁଭବ ଟିଏ ଥିଲା

ଅନେକ ଆଲ୍ହାଦକ ମୁହୂର୍ତ୍ତର ।

ମୋ ଜୀବନ୍ତ ସମାଧି ତଳେ

ଫୁଲଟିଏ ଥୋଇ

ପୁଣିଥରେ ସେ

ମୋ ଆତ୍ମାକୁ କିଣିବାକୁ ଚାହିଁଥିଲେ ,

ଯେଉଁଠି ଭବିଷ୍ୟତ ପ୍ରଶ୍ନଭରା ଥିଲା

ଆଶ୍ଚର୍ଯ୍ୟଭରା ଆଖିରେ ଦେଖିଥିଲି ତାଙ୍କୁ

ବୋଧେ ମୋ ସମର୍ପଣର ମୂଲ୍ୟଥିଲା ବେହିସାଵ ।

କେଉଁ ଅପହଞ୍ଚ ରାସ୍ତାରେ

ଝୁଣ୍ଟି ଝୁଣ୍ଟି ଚାଲୁଥିବା ପଥିକ

ଅନେକ ମୃତ୍ୟୁ ଭରା ଅନୁଭବର

ଧର୍ମଘଟ ପରେବି

ମୂର୍ଚ୍ଛନାରେ ଝରିପଡୁଥିବା ମନକୁ ମୁଁ ,

ଖୁବ୍ ଜୋରରେ ବାନ୍ଧି ରଖିଥିଲି

ନିଜ ଭିତରେ

ହୁଏତ ସେ ଗଣ୍ଠିକୁ ସେ

ଦେଖି ପାରିଥିବେ ..??

ମୋ ନିଃସତ୍ତ୍ୱ ହସ ଭିତରେ

ନିରବ ଶବ୍ଦକୁ ଖୋଜିଦେଲା ପରେ

ତାଙ୍କ ହାତର ଅଜସ୍ର ରେଖା ଭିତରେ

ନାଁ ଟିଏ ମୋର ଅଜଣାରେ କାଳେ

ଲେଖିଦେଇ ଥିବେ ..??

ଯେଉଁ କାୟାର ଦୀର୍ଘ ଅପେକ୍ଷାରେ

ହାର୍ଦ୍ଦିକ ଇଚ୍ଛାଟେ,

ଧୂଆଁ ହୋଇ ହଜିଯାଇଥିଲା ଦିନେ

ଆଜି ସମାଧିସ୍ଥ

ମୋ ମନ ମନ୍ଦିରେ

ଆଞ୍ଜୁଳାଏ ଫୁଲ ଥୋଇ ଦେଲାବେଳେ

ପଦେ ଅଧେ କଥା କହିଦେଇ ଗଲେ ସିଏ ,

ମୋ ବେହୋସ୍ ମନର ଧୁନ୍ ରେ

ତୁମେ ହି ତ ଥିଲ,

ମୋ ଅନ୍ତିମ ଅଭ୍ୟର୍ଥନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance