STORYMIRROR

Lunar Das

Tragedy Others

4  

Lunar Das

Tragedy Others

ନିରୁତାର ପ୍ରେୟସୀ

ନିରୁତାର ପ୍ରେୟସୀ

2 mins
10

ନିରୁତା ର ପ୍ରେୟସୀ ----------------------- କାହାର ଅନୁରାଗ ରେ ଏ ଅତିକ୍ରାନ୍ତ ଶରୀର ମୋର ଅନ୍ଧ ଗଳି ରେ ବୁଲୁଥିବା ମାନସୀ ପରି ଅବ୍ୟକ୍ତ ବିବର୍ଣ୍ଣ ଶବ୍ଦ କୁ ନେଇ ଘୋଡ଼େଇ ରଖିଛି ଡାଇରୀ ର ଫର୍ଦ୍ଦ ରେ । ଯଦି ଖୋଲିବି ମୋ ଅନ୍ତର୍ଦ୍ୱନ୍ଦ ବିପ୍ଳବ କରିବ ମୋତେ କିଲିବିଲି କରି କୋରି କୋରି ଖାଇ ମୋ ଶରୀର କୁ ଖୋଳ କରିଦେବ କିଛି ତ ରକ୍ତ ର ପ୍ରବାହ ମୋ ଭିତରେ ଚଳ ପ୍ରଚଳ କରୁଥାଉ । ଭିନ୍ନ ମୁଁ ଅସରାଏ ବର୍ଷା ରେ ଭାସି ଯାଉଥିବା ଅସ୍ଥିରତା ଠୁ । ମୁଁ ସେଇ ନିରୁତା ର ପ୍ରେୟସୀ ସ୍ତର ସ୍ତର କରି ନିଜକୁ ଖୋଜିଛି ସବୁ ଜିଜ୍ଞାସା ର ଅଜଣା ପ୍ରଶ୍ନ ରେ ମୁଁ ଯେ, ପ୍ରାକ୍ତନ ରେ ବନ୍ଧା ପଡ଼ିଛି । କେତେବେଳ ଲାଗିବ ଆଉ ଏ ପ୍ରାକ୍ତନ ଦୋଷ କଟିବାକୁ, ମନ୍ଦ ମନ୍ଦ ସମୀର ରେ କାହା ସ୍ପନ୍ଦିତ ଶବ୍ଦ କୁ ଗଣି ଚାଲିଛି । ଅଜଣା ମୁଁ, ଏ ଦୋଷ ମୋର କି ନୁହେଁ ନିସର୍ତ୍ତ ରେ ଅବାଂଛିତ ପଟୁଆର କୁ ଧରି ଆଗକୁ ଆଗକୁ ମାଡ଼ି ଚାଲିଛି, କେଉଁ ମଲ୍ଳାରୀ ର ବିବର୍ତ୍ତିତ ରୂପରେ । ଜାଣିଛି ମୁଁ ଦିନେ ବିଧ୍ଵଂସ ହେବ ସେ ଅଯୋଗ ସେ ଦିନ ଭାରି ହୋଇଯିବ କେଉଁ ଦୁର୍ବଳ ମନ ର ନିଶ୍ୱାସ । ନିରୁତା ର ପ୍ରେୟସୀ ଭିତରେ ଅଖଣ୍ଡ ନୀରବତା ଝଡ଼ ର ପୂର୍ବ ସୂଚନା ବି ତା'ର ବରଦାସ୍ତ ର ବାହାରେ । ହାତ ପାହାନ୍ତା ରେ ଛୁଇଁ ଯାଉଥିବା ସ୍ୱର୍ଗ କୁ ସେ ଆଡ଼ କରି ଚାଲେ । କାଳେ କିଏ ପଚାରିଦେଵ ଏ ମନ ର ଅନ୍ତରାୟ କେଉଁଠି...? କି ଉତ୍ତର ଦେବୀ ମୁଁ ମୁଁ ଯେ ନିରୁତା ର ପ୍ରେୟସୀ । ସ୍ବପ୍ନ ମୋର ଅଜନ୍ମା ଅକ୍ଷର ସବୁ ଲିଭି ଲିଭି ଚାଲି ଯାଆନ୍ତି ନୀଳ ଆକାଶ ରେ ଜହ୍ନ ଟିଏ ଖାଲି ମୋତେ ଦେଖି ହସେ ସିଏ ବି ତ ନିରୋଳା ର ଶବ୍ଦ ଭେରୀ । ଅତି ଆତ୍ମୀୟତା ଲାଗେ ସ୍ୱର୍ଗ ବଳୟ ରେ ଅମାବାସ୍ୟା ର କରାଳ ରୂପରେ ନିଜକୁ ଧୋଇ ଧାଇ ପୁଣି ହସେ ଦୂର ଦିଗବଳୟରେ । ଲୁନାର ଦାସ।


Rate this content
Log in

Similar oriya poem from Tragedy