STORYMIRROR

Tilottama Panigrahi

Tragedy

3  

Tilottama Panigrahi

Tragedy

ଦୀନ ବାନ୍ଧବ

ଦୀନ ବାନ୍ଧବ

1 min
128

ମାଗିଥିଲି ବୋଲି ଦୁଃଖ ଏତେ ଦେଲ ପାରୁନାହିଁ ଆଉ ସହି,

ଶୂନ୍ଯ କରିବାରୁ ସୁଖର ପସରା ହୃଦୟ ହେଉଛି ଦହି ।

ମୁଁ ପାମର ରାଜା ଇନ୍ଦ୍ରଦ୍ୟୁମ୍ନ ନୁହେଁ ବଂଶ ରକ୍ଷା ମୋର ଚିନ୍ତା,

କୁନ୍ତୀଭୋଜ ଜେମା ଅନ୍ତର ମୋ ନାହିଁ ଦୁଃଖେ ସଦା ଶଙ୍କା ସନ୍ତା।

ପାପୀ ମଣିଷ ମୁଁ ଅପୂର୍ଣ୍ଣରେ ଧ୍ଯାନ ପୁଣ୍ୟ କଳେବର ଧରି,

ପବିତ୍ର ହାତରେ ସର୍ବଦା ମାଗୁଛି ଭିକ୍ଷା ଥାଳ ଦିଅ ଭରି !

ଅହରହ ଧାଇଁ ଗୋଡ ହୁଏ ବନ୍ଦୀ ସଂସାର ମାୟାରେ ଛନ୍ଦି,

ଅନିତ୍ୟ ରୂପରେ ଆଖି ଲାଖି ରୁହେ ସତ୍ଯକୁ କରେ ସେ ଫନ୍ଦି ।

କାନ ଶୁଣେ ଖୋଜି ପର ଚର୍ଚ୍ଚା ଖାଲି ଶୁଣୁ ନାହିଁ ଧର୍ମ ବାଣୀ,

ପଢୁ ନାହିଁ ତୁଣ୍ଡ ଧର୍ମ ନୀତିଶାସ୍ତ୍ର କରେ ପର ନିନ୍ଦା ଶୁଣି ।

ଆନମନା ହୋଇ ମନ ଖୋଜି ଚାଲେ ଅଳିକ ସଂସାର ସୁଖ,

ଆନରେ ସର୍ବଦା ହେୟଜ୍ଞାନ କରି ନିଜକୁ ପ୍ରମାଣେ ମୂର୍ଖ ।

ଆହେ ଦୀନ ବନ୍ଧୁ ! ଭାବ କୃପାସିନ୍ଧୁ କୃପା କର ଦୟାବହି,

ତୁମେ ନ ଚାହିଁଲେ ସଂସାର ମାୟାରୁ ମିଳିବନି ମତେ ତ୍ରାହି ।

         

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy