STORYMIRROR

Tilottama Panigrahi

Others

3  

Tilottama Panigrahi

Others

ଆଇନଜ୍ଞ

ଆଇନଜ୍ଞ

1 min
117

ଆଇନର ରକ୍ଷୀ, ଜନତାରେ ଠକି, ଶଠତା ପ୍ରମାଣ ନାହିଁ, 

ରକ୍ଷାକର୍ତ୍ତା ଯେବେ, ଭକ୍ଷକ ସାଜିବେ, ସାଧୁ ଜନ ଯିବେ କାହିଁ ।


ମହକିଲ ମନୁଁ, ସତ୍ୟତାକୁ ଜାଣି, କଳାକୁ ଧଳା କରନି, 

ଟଙ୍କା ଟାଣିବାକୁ, ତାରିଖ ଗଡେଇ, ସିନ୍ଦୁକେ ପାପ ଭରନି । 


ସବୁ ମହକିଲ, ପାଶେ ନାହି ମୂଲ, ବରେଣ୍ୟ ବରୋହୀ ଭିଡୁଛ, 

ନ୍ୟାୟ ଚାହିଁ କିଏ, ସର୍ବସ୍ୱାନ୍ତ ହୁଏ, ଜାଣିବି ଅଜଣା ହେଉଛ ।


ଦୁର୍ଦ୍ଦିନ ନିଶ୍ଚିତ, ହେବ ଉପଗତ, ମୂଲ୍ଯହୀନ ହେବ ଟଙ୍କା, 

ଲୋଡୁଥିବ ଆଶା, ବିଶ୍ବାସ ଭରସା,ଭାଗ୍ୟଫଳ ହେବ ବଙ୍କା। 


ଅଧର୍ମୁ ବାହାରି,ନ୍ଯାୟପଥ ଧରି, ନ୍ୟାୟ ପ୍ରାପ୍ଯ ହେଉ ମୁଖ୍ଯ, 

କଷ୍ଟ ହୋଇଲେବି, ସୌଭାଗ୍ୟର ରବି, ଉଇଁବେ ନିଶ୍ଚୟ ଦେଖ। 


କଲମର ମୁନ, ଭାରି ମୂଲ୍ଯବାନ, ପ୍ରତିଷ୍ଠାକୁ ତୌଲ ନାହିଁ, 

ଆଶୀର୍ବାଦ ତବ, ମସ୍ତକ ଛୁଇଁବ, ଦୁର୍ଦ୍ଦଶା ନେବ ଛଡାଇ । 


ଆଇନଜ୍ଞ ହୋଇ, ବେଆଇନ ଛୁଇଁ, କିଆଁ ଛୁଆଁ ଦେହ ବୁହ, 

ଶୁଭାଶିଷ ନେଇ, ପୁଣ୍ୟ ଦେହ ବୋହି, କାହିଁ ନରହିବା କୁହ ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍