STORYMIRROR

Tilottama Panigrahi

Others

3  

Tilottama Panigrahi

Others

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
119

ବାରମାସେ ତେର ପର୍ବ ଓଡିଆଙ୍କ ପ୍ରିୟ, 

ଧର୍ମିୟ ଓ ପୌରାଣିକ ଉପାଖ୍ୟାନେ ଶ୍ରେୟ। 


ହେମନ୍ତ ଋତୁର ପର୍ବ ପ୍ରଥମାଷ୍ଟମୀ ଟି , 

ପ୍ରଥମ ସନ୍ତାନ ପାଇଁ ଦିଆଯାଏ ଭେଟି । 


କାର୍ତ୍ତିକ ପୂର୍ଣ୍ଣିମା ପର ଅଷ୍ଟମ ଦିବସେ , 

ପ୍ରଥମାଷ୍ଟମୀଟି ସର୍ବେ ପାଳନ୍ତି ହରଷେ । 


ମାର୍ଗଶୀର ଗୁରୁବାରରେ ଯଦି ପଡେ ପର୍ବ, 

ମହାଲକ୍ଷ୍ମୀ ମାଣ ବି ପଢୁଆଁ ହୁଏ ସର୍ବ । 


ଉଷା ପୂର୍ବୁ ଉଠି ମାଆ କରନ୍ତି ପ୍ରସ୍ତୁତି , 

ଶ୍ରୀଗଣେଶ ,ସଠୀ ପୂଜି ରଚନ୍ତି ଆଳତୀ। 


ହଳଦିପତ୍ରେ ଏଣ୍ଡୁରି ମହ ମହ ବାସେ , 

ନବ ବସ୍ତ୍ର , ବନ୍ଦାପନେ ପରମ୍ପରା ହସେ । 


ଦୀର୍ଘାଯୁ ଜୀବନ ବାଞ୍ଚ୍ଛି କରନ୍ତି ବିନତି , 

ପୁତ୍ରକନ୍ଯା ଦେବେ ଅର୍ପି , ପାଏ ମାଆ ଶାନ୍ତି। 


     


Rate this content
Log in