ଦୁର୍ଭଗ
ଦୁର୍ଭଗ
ମା ପଣତ ଯହିଁ ପୋଛି ଥାଏ ଲୁହ, ଧନୀ-ଦରିଦ୍ରର ଭେଦେ,
ଶରଧା ପରଷେ ଧନଶାଳୀ ପୁତ୍ରେ, ନିର୍ଧନ ପୁତ୍ରକୁ ବାଧେ ।
ଅସହ୍ଯ କୋହକୁ,ଛାତିରେ ଛପେଇ,ନିଲଠା ପଣେ ହସି ସେ ,
କବଳିତ କଲେ ମନ୍ଦବୁଦ୍ଧି ତାକୁ , ଅସୂୟା ଓଟାରି ଗ୍ରାସେ ।
ଏ' ଦେହ ଜନିତା, ପୂଜ୍ୟପଦ ପିତା, ଅଦୂରଦର୍ଶିତାପଣେ ,
ତୋର-ମୋର ଭାବ,ଅପତ୍ୟେ ଭିନ୍ନତା ସମ୍ପର୍କରେ ଫାଟ ଆଣେ ।
ଜନ୍ମଦ ଯେଉଁଠି, ସ୍ୱାର୍ଥୀ,ଅବିବେକୀ, ହାନି ସୃଷ୍ଟି କରେ ଜାଣି, ଗୃହେ ଭେଦାଭେଦ,ତିକ୍ତତା ସମ୍ବନ୍ଧେ,ସ୍ୱତଃସ୍ଫୂର୍ତ୍ତ ଆସେ ଟାଣି।
ବାଡ଼ୁଅ ବେଳରେ, ଫରକ୍ ପଡ଼େ ନା, ପରିଣୀତେ ପଡ଼େ ଜଣା,
ଅପତ୍ୟକୁ କାହିଁ ଅବଗତ କର, "ଏହା ତା' ଭୁଲ୍ ଠିକଣା" !
ଦେବତା ଜୀବନ୍ତ, ଅଣ୍ଟିନିଆଁ ସଖ୍ୟ, ଛଳ ନ କର ସନ୍ତାନେ,
ସଂସାରଟା ଏଣୁ ବୋଝ ପାଲଟିବ, ତୃପ୍ତି ମରୀଚିକା ପ୍ରାଣେ ।
କପଟୁଁ ଅଶାନ୍ତି, ଅଶ୍ରଦ୍ଧା ସାଉଁଣ୍ଟି, କାହିଁ କଳଙ୍କ ମୁଣ୍ଡେଇ ,
ପ୍ରତିକ୍ଷଣ ମରି, ଜୀଇଁବା ଜୀବନ, ଅଶାନ୍ତିର ଲହୁ ପିଇ !
