STORYMIRROR

Tilottama Panigrahi

Others

3  

Tilottama Panigrahi

Others

ଦୁଃଶୀଳ ଗୃହୀ ପାଇଁ ଗୃହିଣୀର ବ୍ୟଥା

ଦୁଃଶୀଳ ଗୃହୀ ପାଇଁ ଗୃହିଣୀର ବ୍ୟଥା

1 min
142

ବହୁ ଅଭିଶାପ ଫଳେ ବୋଧେ ନାରୀ ଜନ୍ମ ଭଗବାନ ଦ୍ୟନ୍ତି  

ମିଥ୍ୟା ଆରୋପଣ ଅପଥ ଲାଞ୍ଛନା ସହିବା ସମ୍ଭବ ଚିନ୍ତି ! 


ଯେ ସବୁ ସହିଲା ଦୋଚାରୁଣୀ କଲା ମିଛ ପ୍ରମାଣର ଦ୍ୱାହି  

ପାଟି ଚୁପ୍ କରି କେତେ ବା ସହନ୍ତା ଦେହ ହୁଏ ପରା ଦାହି !


ଯଦି ବାଣ୍ଟି ଦ୍ୟନ୍ତା ମନର ବେଦନା ଲାଘବ ହୁଅନ୍ତା ଦୁଃଖ  

ସେତିକି ବି କରି ପାରେ ନାହିଁ ବୋଲି ପାଏ ସେ ବ୍ୟଥା ଅଧିକ ! 


ଯୋଗ୍ୟତା ନ ଥାଇ ଦାରକର୍ମ ପାଇଁ ଦାର - ଦାରୀ ଧରି ବ୍ୟସ୍ତ  

ସତ-ମିଛ ଯୋଡ଼ି ପ୍ରମାଣ ଯୋଗାଡ଼ି ତଥାପି ନରୁହ ସୁସ୍ଥ !


ସ୍ୱାମୀ / ପ୍ରଣୟୀର ପ୍ରେମ ଭାଗ କରି ନାରୀ ସର୍ବଦା ଅସୁଖୀ  

ନାରୀ ଚାହେଁ ନାହିଁ ଦୈହିକ ଉଷ୍ଣତା ମନ ଖୋରାକର ଭୋକୀ। 


ଉଜୁଡ଼ା ବୟସେ ଆତ୍ମକୃତ ପାପ ଦାହି ସାରି ଥାଏ ମାନ  

ସମ୍ପର୍କର ଡୋରୀ ଭିଡ଼ି ଧରି ବରଂ ମାନ କରେ ନିର୍ଦ୍ଧାରଣ ।


ନ ଚାହିଁ ବି କହେ ଅନେକ ଅକଥା କହି ସନ୍ତାପେ ସେ ରହେ  

ଏପରି ମନଟେ  କାହିଁ ଦିଅ ପ୍ରଭୁ ବଞ୍ଚି ଦହଗଞ୍ଜ ସିଏ !

     

  ( ଅପଥ -- କୁ-ଆଚରଣ ଦାରକର୍ମ- ବିବାହ ଦାର - ପତ୍ନୀ ଦାରୀ - ବେଶ୍ୟା ସୁସ୍ଥ - ସ୍ୱଚ୍ଛନ୍ଦ ଆତ୍ମକୃତ - ସ୍ୱକୃତ ) 

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍