STORYMIRROR

Tilottama Panigrahi

Others

3  

Tilottama Panigrahi

Others

ଅଧୋଗତି

ଅଧୋଗତି

1 min
160

ଯେ' ରାଷ୍ଟ୍ରେ ଭାଷନ୍ତି ସ୍ୱୟଂ ମା ଭାରତୀ ଶ୍ରୀଲକ୍ଷ୍ମୀ ଯା' ଗୃହକର୍ତ୍ତ୍ରୀ  

ସେ ରାଷ୍ଟ୍ର ସନ୍ତତି ଅଗ୍ରଗାମୀ ନାଁ ରେ ଅବନତି ପଥ ଯାତ୍ରୀ । 


ଦେହସୁହା କିଛି ଅକର୍ମ ଘଟାଇ କର୍ମ କହେ କର୍ମଚାରୀ  

କର୍ତ୍ତବ୍ୟବୋଧକୁ ଭ୍ରାନ୍ତିପୂର୍ଣ୍ଣ ଭାବେ ଆଜୀବିକା ବୋଲେ ଭିଡ଼ି ।


ସରକାରୀ କାର୍ଯ୍ୟେ ପଦସ୍ଥ କର୍ମୀଂକ ଗତାଗତ ମନମୁଖୀ  

ଅସହ୍ୟ ହେଲେ ବି ଅଧସ୍ତନ କର୍ମୀ ନୀରବେ ଦେଖାଏ ସୁଖୀ । 


ଆଇନ୍-ଅଦାଲତେ ଜନତାର ଭିଡ଼ ମହକିଲ ହୋ - ହଲ୍କା  

ମାନ୍ୟ- ବିଚାରକ ପ୍ରମାଣ ଅଭାବେ ଗଡ଼ାନ୍ତି ତାରିଖ ଭଲା ।


ସଦା ବନ୍ଦନୀୟ ଶିକ୍ଷାଗୁରୁ ଯହିଁ ଶିକ୍ଷାକୁ ବ୍ୟାପାରେ ଟାଣି  

ବିଦ୍ୟାଳୟେ ବିଦ୍ୟା ପ୍ରୟୋଗ ନ କରି ଗୃହଶିକ୍ଷକରେ ଋଣୀ ;


ଜନତା - ନାୟକ ତିନିଟାରେ କହି ପାଞ୍ଚଟା ପରେ ଆସନ୍ତି  

ସଂକ୍ଷେପେ ପ୍ରବକ୍ତା ନିଷ୍ପତ୍ତି ପରେ ବି ଅନର୍ଗଳ ଯେ ଭାଷନ୍ତି !


ଝଲକ ସାମାନ୍ୟ ଜୀବନ ଯାତ୍ରା ର ମିଛେ ବ୍ୟସ୍ତତାର ଦ୍ୱାହି  

ଉନ୍ନୟନ ପାଇଁ  ସମୟନିଷ୍ଠା ଓ ସତକର୍ମେ ଯିବା ଧ୍ୟାୟି ।

    



Rate this content
Log in