ତୃତୀୟ ଲିଙ୍ଗୀ
ତୃତୀୟ ଲିଙ୍ଗୀ
ଅବର୍ତ୍ତମାନ ସୃଷ୍ଟିରେ କାହିଁକି
ସ୍ଥିର ତୁମ ମାନସିକତା ?
ଭିନ୍ନ ସର୍ଜନାର ଦ୍ୱାହି ଦେଇ ବାଛି ନିଅ
କାହିଁପାଇଁ ଏକ ସ୍ୱତନ୍ତ୍ର ଠିକଣା ?
ବେଢଙ୍ଗ କୌଶଳେ ଗୋଠଖଣ୍ଡିଆ ନୀତି
ଆବୁରି କିଆଁ ହେଉଛ ଦୁଃଖ ନମୁନା ? (୦)
ସୁରକ୍ଷିତ ଅବୟବ ସତ୍ତ୍ୱେ
ଭିକ୍ଷାଚର୍ଯ୍ୟାରେ ନ ରୁହ
ଆପଣାପଣେ ମୋର ଅନୁନୟ ।
ସ୍ୱାବଲମ୍ବୀ ହୋଇ ସମ୍ଭ୍ରମେ ଜୀଇଁବା ଶିଖ ।
ଦେଖିବ ଜୀବନଟା ଭାରି ସହଜ ଓ ଲାଗିବ ସୁଖ।(୧)
ଈଶ୍ୱର ନିବେଦ୍ୟ ପୁଷ୍ପାଞ୍ଜଳି
ଦେବଗାୟକ ତୁମେ ।
ଶୁଭ ଇଚ୍ଛାମାନଙ୍କର ତୁମେ ପୁଷ୍ପଦଳ ।
ଶ୍ରଦ୍ଧାଯୁକ୍ତ ବ୍ୟଗ୍ର ଭାବ ତୁମେ ତ ଅସାଧାରଣ।
ଯୌନ ପିପାସୁ ହୀନ ବୁଦ୍ଧି ଅମଣିଷ ଠୁଁ
ଢେର୍ ଉଚ୍ଚ ତୁମ ସ୍ଥାନ । (୨)
ଶିଷ୍ଟତାସମ୍ମତ ସମାଜକୁ କରେ ବିନତି ;
ଲିଙ୍ଗ ପ୍ରଭେଦେ ବିକୃତ ମାନସିକତା ରଖନା କତି
କଷ୍ଟ ଦେଇ ଆନେ ଶାନ୍ତି ସାଉଁଣ୍ଟିଲେ
ବ୍ୟଥକ ସାଜିବ ସୁଖ ଜାଣିଥା ଭଲେ । (୩)
( ବ୍ୟଥକ - ଯନ୍ତ୍ରଣାଦାୟକ)
