STORYMIRROR

Tapaswini DashSarangi

Tragedy Inspirational

4  

Tapaswini DashSarangi

Tragedy Inspirational

କନ୍ୟାଭୃଣ ଓ ଗର୍ଭବତୀ ମା'

କନ୍ୟାଭୃଣ ଓ ଗର୍ଭବତୀ ମା'

1 min
491

ଭୃଣ-ଏଡେ ନିର୍ଦୟ କିପରି ହେଇଛୁ

           ନାରୀ ଜନମ ତୁ ବହି

  ନିଷ୍ଠୁର ରୂପ ତୁ ଧାରଣ କରିଛୁ

          ଜନନୀ ପରା ଲୋ ତୁହି।

  କେମିତି କହୁଛୁ ବଇରି ମୋତେ ଲୋ

             ଗରଭେ ଅଛି ଯେ ମୁହିଁ

  କିପରି ଅନ୍ତରେ ଭାବିଛୁ ମା'ଲୋ

            ଝିଅ ଟିଏ ଲୋଡା ନାହିଁ।

 ପୁଅ କି କରିବ ଝିଅ ନ'କରିବ

           ଏ କି ପାତର ଅନ୍ତର ଭାବ

 ଦେଖିବାକୁ ଚାହେଁ ଏ ଦୁନିଆ ଆଲୋକ

             ନଷ୍ଟ କରନା ଏ ଗର୍ଭ।


ମା'-ଭୂଲ୍ ବୁଝେନା ଏ ମୋର କଣ୍ଢେଇ

          ମା'ତୋର ଖାଏ ରାଣ

ଅନ୍ତରେ ମୋହର ଉଠୁଛି ଲୋ କୋହ

       ପାଷାଣ ନୁହେଁ ମୋ ପ୍ରାଣ।

ଏ ଦୁନିଆ ଏବେ ପାଲଟି ଯାଇଛି

         ଶ୍ଵାନ ଶୃଗାଳଙ୍କ ଗନ୍ତାଘର

ଯୌନ ପିପାଶୁଙ୍କ କବଳରେ ଆଜି

           ଏ ଦୁନିଆ ଛାରଖାର।

ବିଚଳିତ ମନ ବିଚଳିତ ପ୍ରାଣ

         ବିଚଳିତ ମୁଁ ହେଉଛି

ସୁରକ୍ଷା କବଚ ହୋଇକି ପାରିବି

      ସେ'କଥା ମନେ ଭାବୁଛି।

 ଅସ୍ତବ୍ୟସ୍ତ ପ୍ରାୟ ହେଉଛି ଲୋ ଧନ

      ତତେ ଦେଖିବାକୁ ଇଛା ହୁଏ

ନାରୀ ଅଟେ ମୁହିଁ ଅରି ନୁହେଁ ତୋର

      ମନେ ଆଶଙ୍କା ଜୁଆର ସୋହେ।

ଦୋଛକିରେ ଆଜି ହେଉଛି ଭ୍ରମିତ

         ରାସ୍ତା କିଛି ଦିଶୁ ନାହିଁ

କୁତ୍ସିତ ଦୁନିଆ ହେବୁ ହନ୍ତସନ୍ତ

      ଏ ବୁକୁ ଫାଟିବ ତହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy