STORYMIRROR

Lunar Das

Romance Tragedy Inspirational

3  

Lunar Das

Romance Tragedy Inspirational

ସିପାହୀର ଶେଷ ଚିଠି

ସିପାହୀର ଶେଷ ଚିଠି

1 min
131


ଫେରିଲା ବେଳେ

ପ୍ରତି ଉତ୍ତରଟେ ଦେଇ ପାରିନଥିଲି,

ମୁଁ ଆସୁଛି ବୋଲି

ନା ତୁମେ ମୋତେ ପଚାରିଲ

କେବେ ଫେରିବ .....?


ଏ ନିରବ ବାର୍ତ୍ତାରେ

ତୁମ ଆଖିରେ ଉଦାସ ନଥିଲା

ସ୍ଥିର ବିଶ୍ୱାସଟେ ଥିଲା

ମୁଁ ଶୁଣିଥିଲି ସେ ଶବ୍ଦକୁ

ତୁମେ କହୁଥିଲ,

ମୁଁ ମୃତ୍ୟଞ୍ଜୟ .....।


ତୁମ ବିଶ୍ୱାସକୁ ନେଇ

ମୁଁ କର୍ମ କ୍ଷେତ୍ରକୁ ଫେରି ଆସିଲି

ଜୀବନ ପାଇଁ ସର୍ତ୍ତ ନଥିଲା

ଯଦିବା କିଛି ଥିଲା,

ବିଜୟୀର ନିଶାର୍ଥ ପ୍ରହର ।


ତୁମେ ଦେଇଥିବା

ଶୁଖିଲା ରୁଟି ସହ

କିଛି ମିଠା ବି ଥିଲା,

ତୁମ ମନର.......

ତୁମ ହୃଦୟର......

ତୁମ ସ୍ନେହର.....

ଆଉ ତୁମ ପ୍ରେମର...

ଅନେକ ଭାବ୍ୟାନ୍ତର ଭିତରେ

ମୋ ଖୁସିଟିଏ ଥିଲା ।


ଅନେକ ଥର ତୁମକୁ

ଶୁଣିବାକୁ ଚାହିଁଛି,

ଝୁକି ଯାଉଥିବା ଆଖିତଳେ

ତୁମେ କିଛି କୁହ...??

ତୁମେ କୁହ ପ୍ରେମ ମାନେ 

ଶବ୍ଦ ହୀନ ଶାଶ୍ୱତ ତରଙ୍ଗ

ଗଭୀର ନିଶ୍ୱାସ ତଳେ

ଅନେକ ଅନୁଭଵ ..... ।


ବାସ୍ ବୁଝିଗଲି

ସୁନ୍ଦର ବ୍ୟାଖ୍ୟାରେ

ବୁଝେଇ ଦେଲ ମତେ,

ପିଆସି ମନରେ ଆଦ୍ରତା ବି

ଭରି ଦେଲ।


କପାଳର ସିନ୍ଦୁରକୁ

ଆଙ୍ଗୁଠି ର ସ୍ପର୍ଶ ରେ

ଆକାର ଦେଇ କହିଲ,

ଦେଖ ମୋତେ

ଏ ଲାଲ୍ ସିନ୍ଦୁର ଟୋପା ହିଁ

ତୁମ ବିଜୟର ରଙ୍ଗ

ସେଦିନ ଝୁକିଗଲି ତୁମ ଆଗେ ।


କର୍ମରୁ ଯେବେ ଅବସର ମିଳେ

ତୁମେ ମନେ ପଡ଼,

କିଛି ମୋ ଅଧା ଲେଖା ସାୟାରୀରେ 

ଆଉ କିଛି ମୋ

ପ୍ରେମାନ୍ଧ ଫର୍ଦ୍ଦରେ।


ତୁମରି ଅପେକ୍ଷାରେ ଦିଶେ

ସ୍ଥିର ପ୍ରେମର ସର୍ତ୍ତ ହୀନ ଚୁକ୍ତି,

ସିପାହୀର ଥକୁ ନଥିବା ପାଦ ତଳେ

ମାତୃଭୂମି ପ୍ରେମେ ବନ୍ଧା

ଅନେକ ପ୍ରତିଶ୍ରୁତି ।


ଯଦିବା ଶୋଇ ଯାଏ

ଭୂମିର କୋଳରେ

ଏ ମାଟିର ବାସ୍ନାରେ 

ତୁମରି ବାସ୍ନା ଟିଏ ବି ବାସୁଥିବ।


ତୁମରି ଧର୍ଯ୍ୟଶିଳା ଆୟୁତ ତରଙ୍ଗେ

ମୋ ଅମରତ୍ୱ ର ଧ୍ୱନି ଟିଏ

ପଞ୍ଚଭୂତେ ମିଶି ଯାଉଥିବ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance