ପଶ୍ଚାତାପ ଲୁହ
ପଶ୍ଚାତାପ ଲୁହ
ହୃଦୟରେ କୁହୁଳୁଥିବା ନିଆଁ
ଅଚିରେ ଜାଳିଦେଲା ବିଶାଳ କୋଠିକୁ,
ଯାହା ଦିନେ ଛିଡ଼ା ହୋଇଥିଲା ଅଗଣିତ କବର ଉପରେ
ଅନେକ ସ୍ବପ୍ନକୁ ଜାଳି, ଛାରଖାର କରି,
ହସୁଥିଲା ସଇତାନର ଅଟ୍ଟହାସ୍ୟ ।
ଭୋକିଲା ଶିଶୁର ଦାନାରେ ଭରୁଥିଲା ନିଜର ଅମାର
ପୁଣି ଯହିଁ ସତୀତ୍ୱର ଅଗ୍ନିକୁଣ୍ଡରେ ଜଳିଥିଲା,
ଅନେକ ଶରୀର ।
ବଳିପଡ଼ିଥିଲେ ଅନେକ ମୁଣ୍ଡ,
ଯିଏ ଦିନେ ଚାହିଁଥିଲେ ମନଭରି ଜୀଇଁବାକୁ ।
ଏବେ ତହିଁ ନାହିଁ କେହି ଗର୍ବ କରିବାକୁ
ଛିଡ଼ାହୋଇ ଗରିବ ଛାତିରେ
ଅବା ତହିଁ ଛୁଟୁନାହିଁ ରକତର ସୁଅ,
ଏବେ ଯାହା ଅଛି ପୋଡ଼ା କାନ୍ଥ,
ଝରାଏ ଯେ' ପଶ୍ଚାତାପ ଲୁହ ।