STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ଅମାବାସ୍ୟାର ଜହ୍ନ..

ଅମାବାସ୍ୟାର ଜହ୍ନ..

1 min
188

ଆଗୋ ମାନିନୀ.., 

ମାଗୁଛ ତ ମାଗ, ସେଇ ତୋଫା ଜହ୍ନ, 

ପ୍ରତିପକ୍ଷ, ଶୁକ୍ଳପକ୍ଷ, 

ପ୍ରତିପଦା, କୃଷ୍ଣପକ୍ଷ, ହେଉ ସ୍ୱଚ୍ଛ ସାପେକ୍ଷ, 

ତୁମ ମନ, ଆକାଶ,ସାଜୁ ସଫା ତୋଫା ଜହ୍ନ, 

ତୁମେ ସାଜିବ ସାୟାହ୍ନ..? ସବୁ ରାତି ଦିନ..!


ମନ ମୋହିନୀ.., 

ଖୋଜୁଛ ତ ଖୋଜ, ଜ୍ୟୋସ୍ନାୟିତ ମନ 

ପ୍ରତି ରାତି, ପ୍ରତି ଦିନ, ପୁନେଇଁର ଜହ୍ନ, 

ତୁମେ ଆଣ ଶିହରଣ, ଏଇ ତନୁ ଏଇ ମନ, 

ଏଇ ମାଟି ଏ ଆକାଶ, ଯେବେ ହୁଏ ତନ୍ଦ୍ରାଚ୍ଛନ, 

ତମେ କାହିଁ ନିରୁଦବିଗ୍ନ..? ଏବେ ଲାଗୁଛ ତ ଭିନ୍ନ..!


ଅଭିମାନିନୀ.., 

ମାଗୁଛ ତ ମାଗ, ଯେତେ ଅଛି ସ୍ୱପ୍ନ.., 

ସାତ ଋତୁ, ସାତ ରଙ୍ଗ, 

ପ୍ରେମ ଋତୁ, ପ୍ରେମ ରଙ୍ଗ, ତୁମ ପୁନେଇଁର ଜହ୍ନ, 

ନାହିଁ ରଙ୍ଗର କି ଆଶା..? ଲାଗେ ଅମାବାସ୍ୟା, 

ତୁମେ ରୁହ ନିରୁଦ୍ଧିଷ୍ଟ..? ତେଣୁ ନୀରବ ନିଃସ୍ତବ୍ଧ..!


ତୁମ ଜ୍ୟୋତି, ତୁମ ଜ୍ୟୋସ୍ନା, 

ସବୁ ଲାଗେ ମୃଗତୃଷ୍ଣା, ନିରାଶାର ଚିହ୍ନ..!

ଅଛି ରଙ୍ଗ, ସାତ ରଙ୍ଗ, 

ନାହିଁ ଇନ୍ଦ୍ରଧନୁ ରଙ୍ଗ..!!

ଅମାରାତି କଳା ରଙ୍ଗ, ଯେତେ ଅବସନ୍ନ, 

ଏବେ, ତୁମେ ପ୍ରଶ୍ନ ଚିହ୍ନ..? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance