STORYMIRROR

Amit Bal

Abstract Tragedy Classics

3  

Amit Bal

Abstract Tragedy Classics

(୧୮)# ଅଫୁଟା ଫୁଲ #

(୧୮)# ଅଫୁଟା ଫୁଲ #

1 min
295

କେଉଁ ମାୟାରେ ମୋହ ଗ୍ରସ୍ତ ଥିଲା କେଜାଣି

   ପ୍ରୀତି ବଗିଚାର ସେ କାକର ଭିଜା ଅଫୁଟା ଫୁଲ

ଋତୁ କହିଲେ ବୁଝେ ସେ ଖାଲି ବସନ୍ତକୁ

    ବାକି ସବୁତ ତା ଆଗେ ବୈଶାଖର ନିଆଁ ଝୁଲ,


ମନେହୁଏ ସମୟର ଲବଣାକ୍ତ ସୂଅରେ

          ଉଜୁଡି ଗଲାଣି ତା'ର ସ୍ନିଗ୍ଧ ଉପବନ

ଭୟ ତାକୁ ଉଡିଯିବ କାଳେ ପବନ ଫୁଙ୍କରେ

         ଆଞ୍ଜୁଳାଏ ଧୂଆଁପରି ତା'ବାକି ଜୀବନ ,


ତା' ଅନ୍ତରର ବେଦନାକୁ କେହି ବୁଝିଲେନି ଆଜିଯାଏ

       ନିଶ୍ଚିତ ରେ ବିଡ଼ମ୍ବିତ ଭାଗ୍ୟ ତା'ର,

ଆଶ୍ରୟ ଅର୍ଚ୍ଚନା ଆଶ୍ୱାସନା ଆନନ୍ଦ ବୋଲି କିଛି ନାହିଁ

       ପ୍ରତି କ୍ଷଣେ ଶୁଷ୍କ ତା ମନ ସରୋବର ,


ରକ୍ତଯବା ହୋଇ ଫୁଟି ପାରଲାନି ସେ ସୃଷ୍ଟିରେ

           ଖେଳିଲାନି ଚମକ ତା' ରୂପ ରଙ୍ଗରେ

ସ୍ବପ୍ନାତୁର ଜୀବନ ତା' ମୁଠାଏ ଅନ୍ଧାରକୁ ସମର୍ପିତ

       କିଏଜାଣେ ଝଡିଯିବ ସେ କେଉଁ ମୂହୁର୍ତ୍ତରେ ,


କେତେ ଆଉ ପ୍ରତୀକ୍ଷା କରୁଥିବ ସେ ବ୍ୟାକୁଳିତ ମନେ

      ମଧୁ ମିଳନର ମହକିତ ଫଗୁଣକୁ ଚାହିଁ

ଅଫୁଟା ଫୁଲ ସେ ,ରହି ରହି ପ୍ରାଣେ ଜାଗେ ଉନ୍ମାଦନା

       ନୀତି କାହା ସୁକୁମାର ଅଙ୍ଗ ସ୍ପର୍ଶ ପାଇଁ .... ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract