ଆକାଶ
ଆକାଶ
ଆଖି ପାଏ ନାହିଁ ସୀମା ଯାର କେବେ
ଅନ୍ତହୀନ ପରିିସୀମା
ଅନନ୍ତ ଅସୀମ ପରିବ୍ୟାପ୍ତ ସିିନା
ଅଦୃଶ୍ୟ ନୁହେଁ ସେ ଜମା ।
କବିର କଳ୍ପନା ଭାବୁକ ଭାବନା
କାନଭାସ ସାଥେ ତୂଳୀ
କବି ସିନା ଜାଣେ ଆକାଶ ଅନ୍ତର
ଇନ୍ଦ୍ରଧନୁ ରଙ୍ଗ ତୋଳି ।
ସବୁ ଧରେ ବୋଲି ଧରଣୀ ସିିନା ସେ
ଆକାଶ ର ନାମ କାହିଁ
ସୂର୍ଯ୍ୟ,ଚନ୍ଦ୍ର,ତାରା ମୋ ବକ୍ଷରେ ପରା
ମୋ ପାଇଁ ତ ଖରା ଛାଇ ।
ସଭିଏଁ କହିିିିବେ ବିଶାଳ ହୃଦୟ
ଆକାଶ ଟେ ଯାଆ ହୋଇ
ଆକାଶ ର ଦୁୁୁଃଖ ମେଘ ଛାଡିିଗଲେ
ସଂଜ ଆସେ ଯେବେ ନଇଁ ।