କାନ୍ଦୁଛି ଶିମିଳିପାଳ
କାନ୍ଦୁଛି ଶିମିଳିପାଳ
ଜଳୁଅଛି ଆଜି ବନାଗ୍ନି ବହ୍ନି
ଓଡିଶାର ଜୈବ ମଣ୍ଡଳ
କିଏ ବା ଜାଣୁଛି ବନର ବହ୍ନି
କାନ୍ଦୁଛି ଶିମିଳିପାଳ ।
ଏସିଆ ଭୂଖଣ୍ଡେ ଶସ୍ୟ ସମ୍ପଦର
ଭଣ୍ଡାର ଏକା ସେ ବନ
ଶେଷ ହୋଇଯାଏ ଆଜି ସେ ଭଣ୍ଡାର
ଶୁଣେନାହିଁ କା'ର କାନ ।
ନାହିଁ ବନ ଲତା ନାହିଁ ପଶୁପକ୍ଷୀ
ଜଳୁଛି ଆମୂଳଚୁଳ
କିଏ ବା ଜାଣୁଛି ତାହାର କୋହକୁ
କାନ୍ଦୁଛି ଶିମିଳିପାଳ ।
ବହିଯାଏ ଅଶ୍ରୁ ତା' ଝର ଜଳରେ
କଳ କଳ ନାଦ କରି
ହେଉଛି ଦହନ ତନୁଟି ତାହାର
ବ୍ୟଥାରେ ଯାଏ ସେ ମରି ।
ଯାଉଛନ୍ତି ଜନ
ଶିମିଳି ବନକୁ
ଦେଖିବାକୁ ତନୁ ତା'ର
ଅଣଦେଖା କରି ଫେରି ଆସୁଛନ୍ତି
ବୁଝନ୍ତିନି ବ୍ୟଥା ମା'ର ।
ସରକାର କହେ ଗରଜନ କରି
ହେବ ବହ୍ନି ନିର୍ବାପିତ
କରୁଛନ୍ତି ନେତା ସବୁରି ସୁବିଧା
କରିବାକୁ ନିର୍ବାପିତ ।
କୁଆଡେ ଲିଭୁଛି ବନାଗ୍ନି ବହ୍ନି
ଜଳୁଛି ହୁଙ୍କାର ହୋଇ
ଯାହାର ମନଟି ତାହାର ଚିନ୍ତାରେ
ତା' କଥା ଭାବରେ ଭାଇ ।
ଶସ୍ୟ ସମ୍ପଦରେ ପୂର୍ଣ୍ଣିତ ବନଟି
ହେଉଛି ପାଉଁଶ ଆଜି
ଆମେ ଯଦି ମନେ ବନକୁ ଭୁଲିବା
ଦିନେ ହୋଇଯିବା ବାଜି ।