STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ଶୁଣି ପାରୁଛ ନା

ଶୁଣି ପାରୁଛ ନା

1 min
171


ଗୀତରେ ଗାଉଛି ତୁମକୁ

ଶୁଣି ପାରୁଛ ନା

କେମିତି ଏ ପ୍ରୀତି ତୁମର

କହି ବି ଦିଅନା

ମୋ କରୁଣ କ୍ରନ୍ଦନ ତୁମେ

ଶୁଣି ପାରୁଛ ନା।


କେବେଠୁ ଡାକୁଛି ତୁମକୁ

ଶୁଣି ପାରୁଛ ନା

ଆଜି ପ୍ରେମ ଯାଇଛି ହାରି 

ବୁଝି ପାରୁଛ ନା

ମୋ ବିରହ ବିଳାପ ତୁମେ

ଶୁଣି ପାରୁଛ ନା।


କେବେଠୁ ଖୋଜୁଛି ତୁମକୁ

ଆସିବି ଯାଅନା

ଛଳନାର ନିଆଁରେ ଜଳୁଛି

ଦେଖି ପାରୁଛ ନା

ମୋ ବିକଳ ଚିତ୍କାର ତୁମେ

ଶୁଣି ପାରୁଛ ନା।


କେବେଠୁ ଲେଖୁଛି ତୁମକୁ

ଉତ୍ତର ଦିଅନା

ପ୍ରତାରଣାର ବିଷ ପିଉଛି

ଜାଣି ପାରୁଛ ନା

ମୋ ଅନ୍ତରାତ୍ମାର ଡାକରା

ଶୁଣି ପାରୁଛ ନା।


କେବେଠୁ ଝୁରୁଛି ତୁମକୁ

ଫେରିବ କି ଜାଣେନା

ମଶାଣିରେ ମୁଁ ଜଳୁଥିବି 

ଆସି ଦେଖିବ ନା

ଅନ୍ତିମ ଗୀତ ମୁଁ ଗାଉଛି

ଶୁଣି ପାରୁଛ ନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy