STORYMIRROR

ସୁବ୍ରତ ରଥ

Tragedy

4  

ସୁବ୍ରତ ରଥ

Tragedy

କେତେ ଦିନ ଆଉ

କେତେ ଦିନ ଆଉ

1 min
337


କାଳିଆ ରେ ତୁ ସତରେ କହନା

କେତେ ଦିନ ପାଇଁ ଆଉ ଜାଣେନା

ଦେଇ ଚାଲିଥିବୁ ଏତେ ଯାତନା

ପାରୁନି ଆଉ ମୁଁ ସହି ବେଦନା।


ଅବସାଦ ଭରା ଏଇ ଜୀବନ

ମୃତ ସମ ଲାଗେ ସତେ ପରାଣ

ଖୁସି ପାଇଁ କରେ କେତେ ଯତନ

ଦୁଃଖ ର ବାଦଲ ବରଷେ ଘନ ଘନ।


ହସିଲେ ଆଖିରୁ ଝରୁଛି ଲୁହ

ହୃଦୟେ ଭରିଛି ଅସୀମ କୋହ

ମୋ ପାଇଁ କାଳିଆ ନାହିଁ କି ମୋହ

କେତେ ଦିନ ଆଉ ସହିବି ତୁ କହ।


ଚେହେରା ଉପର ମୁଖା ହେଲାଣି ପୁରୁଣା

କରି ମୁଁ ପାରୁନି ଆଉ ହସ ର ବାହାନା

ଦୂରୁ ନଚାଉଛୁ ମୋତେ ଭାବିକି ଖେଳନା

ମୁରୁକି ତୁ ଆଉ କେତେ ହସିବୁ କହନା।


ଯିବି ମୁଁ ଚାଲି ଏକା କଉ ଦିନ

ନିଛାଟିଆ ଅନ୍ଧାରୁଆ ନିର୍ଜନ

ଶୂନ୍ୟତା ରେ ଭରପୁର କେଉଁ ସ୍ଥାନ

ଏକାନ୍ତ ରେ କାଟିବି ଶେଷ ଜୀବନ।


ଆଉ ଲୋଡ଼ା ନ ଥିବ ତୋ କରୁଣା

ଭୁଲିଯିବି ଜୀବନର ସବୁ ଯନ୍ତ୍ରଣା

ନିଜେ ନିଜ ସଙ୍ଗେ କରୁଥିବି ମନ୍ତ୍ରଣା

ତୁ ଭାବିବୁନି କି କଲି ମୁଁ ତୋତେ ଊଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy