STORYMIRROR

ସୁବ୍ରତ ରଥ

Romance

3  

ସୁବ୍ରତ ରଥ

Romance

ତୁମେ ଆଉ ମୋ ମଝିରେ

ତୁମେ ଆଉ ମୋ ମଝିରେ

1 min
198


ତୁମକୁ ମୁଁ ଖୋଜେ

ଉଦିତ ସୁରୁଜ ର ଲାଲିମାରେ,

ଫୁଲ ର ମହ ମହ ବାସନା ରେ,

ବରଷା ଭିଜା ମାଟିର ସୁଗନ୍ଧ ରେ,

ବହୁଥିବା ନଦୀର କଳ କଳ ନାଦରେ,

କୋଇଲି ର କୁହୁ କୁହୁ ତାନ ରେ,

ଆକାଶର ମନଲୋଭା ନୀଳିମା ରେ ,

ବସନ୍ତର ମଳୟ ପବନ ରେ,

ଚନ୍ଦ୍ରମାର ଶୀତଳ ଯୋଛନା ରେ,

କୁହୁକିନୀ ରାତିର ମିଠା ମିଠା ସପନ ରେ ।

କେବଳ ତୁମେ ହିଁ ଦିଶୁଥାଅ

ହଁ, ତୁମେ ମାଦକ ଭରା ଚାହାଣି ରେ

ବେନି ହସ୍ତ ପସାରି ଇଶାରା ରେ

ଆଲିଙ୍ଗନ ପାଇଁ ମୋତେ କରୁଥାଅ ବିବଶ।

ତୁମ ରୂପ ମାଧୂର୍ଯ୍ୟ କରେ ଆକର୍ଷିତ

ମନେ ମନେ ହୁଏ ମୁଁ ରୋମାଞ୍ଚିତ

ହୃଦୟେ ନାନା ପୁଷ୍ପ ହୁଏ ପ୍ରସ୍ଫୁଟିତ

ଜୀବନେ ପ୍ରୀତି ଭାବ ହୁଏ ଅଙ୍କୁରିତ

ତୁମ କଥା ଭାବି ହୁଏ ମୁଁ ଉଲ୍ଲସିତ।

ଭାବୁଛି ଏମିତି କେମିତି ଏ ସମ୍ପର୍କ ଟା

ତୁମ ଆଉ ମୋ ମଝି ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance