STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ପ୍ରିୟା ତୋ ସହରେ ପ୍ରିୟା ତୋ ସହର

ପ୍ରିୟା ତୋ ସହରେ ପ୍ରିୟା ତୋ ସହର

1 min
158


ପ୍ରିୟା ତୋ ସହରେ ଆଜି

ଆସିଛି ମୁଁ ପଥିକ ସାଜି

ଥରେ ମୋତେ ତୋ ସଙ୍ଗେ

ଭେଟିବାର ମଉକା ଦେଇ ଦେ।


ମୋର ନା ଅଛି ଠିକଣା

ନା ଅଛି ଘର ଦୁଆର

ତୋତେ ଦେଖା କରି ମୋତେ

ଯିବାକୁ ଅଛି ବହୁ ଦୂର

ଥରେ ମୋତେ ତୋ ସଙ୍ଗେ

ଭେଟିବାର ମଉକା ଦେଇ ଦେ।


ମୋ ମନେ ରଖିଛି ଲୁଚେଇ

ତୋ ପାଇଁ ସପନ ଅନେକ

ମୋ ଆଖିରେ ରଖିଛି ସାଇତି

ତୋ ପାଇଁ ଲୁହ ଅନେକ 

ମୋ ଆଖି କୁ ବି ଥରେ

ବରଷିବାକୁ ମଉକା ଦେଇ ଦେ।


ଆଜି ରାତି ତୁ ମୋର

ପ୍ରେମର କାହାଣୀ ଶୁଣି ନେ

କମ୍ପ କମ୍ପ ଓଠ ରୁ ମୋ

ହୃଦୟ ର ବେଦନା ଶୁଣି ନେ

ଆଜି ଏଇ ବିରହୀ ପ୍ରେମୀ କୁ

କହିବାକୁ ମଉକା ଦେଇ ଦେ।


ମୋ ଶାଶ୍ବତ ପ୍ରେମର ଗଭୀରତା ମାପି ନେ,

ମୋ ସ୍ପନ୍ଦନରୁ ପ୍ରୀତି ର ଗୁଞ୍ଜନ ଶୁଣି ନେ,

ମୋ ଆହତ ହୃଦୟର କ୍ଷତକୁ ଦେଖି ନେ,

ମୋ ବିକ୍ଷିପ୍ତ ମନର ବେଦନା କୁ ଜାଣି ନେ,

ଆଜି ରାତି ଥରେ ତୁ ନିଜକୁ, ମୋ ପାଇଁ

ଭାବିବାର ମଉକା ଦେଇ ଦେ।


ଭୁଲିବାର ଥିଲା ତ ମୋ ମନେ

ପ୍ରେମ ର ଦୀପକ ଜାଳିଲୁ କାହିଁକି,

ଛଳନାମୟୀ ତୁ ମୋତେ

ଏତେ ଭଲ ପାଇଲୁ କାହିଁକି,

ଏମିତି ଦୁଇ ଚାରିଟା ପ୍ରଶ୍ନ

ପଚାରିବାକୁ ମଉକା ଦେଇ ଦେ।


ପ୍ରିୟା ତୋ ସହରେ ଆଜି

ଆସିଛି ମୁଁ ପଥିକ ସାଜି 

ଥରେ ମୋତେ ତୋ ସଙ୍ଗେ

ଭେଟିବାର ମଉକା ଦେଇ ଦେ।

*୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy