STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ଅବ୍ୟକ୍ତ ବ୍ୟଥା

ଅବ୍ୟକ୍ତ ବ୍ୟଥା

1 min
117


ଜୀବନ ସନ୍ଧ୍ୟାରେ ଆଜି

ଖୋଜୁଛି ଯାହାକୁ

କେହି ନିଜ ଆପଣାର

ପାଏନା କାହାକୁ।


କେତେ ବନ୍ଧୁ ପରିଜନ

ଥିଲି ମୁଁ ଗର୍ବିତ

ସମ୍ପର୍କର ପରିସୀମା

ଥିଲା ଅସୀମିତ।


କହିବାକୁ ଚାହେଁ ଯେବେ

ମନର ବେଦନା

ସବୁ ନିଜ ଲୋକ ତେବେ

ହୁଅନ୍ତି ଅଚିହ୍ନା।


ରକ୍ତର ସମ୍ପର୍କ ଯେବେ

ଯାଆନ୍ତି ଦୂରେଇ

ଏଇ ସଂସାର ଟା ସତେ

ନରକ ଲାଗଇ।


ପ୍ଲାବିତ ନଦୀ ଟି ଆଜି

ଶୁଷ୍କ ମରୁ ସମ

ଜିଅନ୍ତା ଶବ ସଦୃଶ

ଲାଗେ ଜୀବ ମମ।


କିଛି ଦୁବ ବଞ୍ଚି ରହେ

ପଥର ଚାପ ରେ

କିଛି ଲୁହ ବହି ଯାଏ

ନିଶବ୍ଦ ରାତି ରେ।


କିଛି ସ୍ମୃତି ବଞ୍ଚି ରହେ

ସମୟ ସ୍ରୋତ ରେ

କିଛି କଥା ରହି ଯାଏ

ଫର୍ଦ୍ଦେ କାଗଜରେ।


କହିବାକୁ ବୁଝିବାକୁ

ଥିଲା କେତେ କଥା

ମୁଦିତ ନୟନ ମୋର

କହେ ସବୁ ବ୍ୟଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy