ବହିଟିଏ ନିଆରା ସାଥିଟିଏ
ବହିଟିଏ ନିଆରା ସାଥିଟିଏ
ଅନ୍ଧାର ଓ ଆଲୋକ ମଝିରେ ଯେ ବହୁତ ଦୂରତା,
ଆଣିଛି ସେ ଦୁରେଇ ଭୁଲେଇ ଅନ୍ଧାରତା,
ଅଜ୍ଞାନ ଦୂରେଇ ବିଞ୍ଚିଛି ତା ଆଲୋକତା,
ଅତଃ ଜୀବନୁ ଦୂରେଇଛି ଅନ୍ଧାର ରୂପୀ ଅଜ୍ଞାନତା ।।-----୧
ସେ ତ ଜ୍ଞାନକୋଷର ଆଧାର,
ଭାଷା ସାହିତ୍ୟର ଗନ୍ତାଘର,
ଜୀବନ୍ତ ନିଦର୍ଶନ ସମାଜ ଚଳଣିର,
ମାର୍ଗଦର୍ଶକ ଜୀବନ ଜୀଇଁବାର ।।----୨
ଶିଖାଇଛି ଅନେକ କଥା,
ଖାଲି ନୁହେଁ ଜ୍ଞାନଦାତା,
ସେ ସାଥି ଥିଲେ ପାଖେ ନିଃସଙ୍ଗତା,
ବିନିଦ୍ର ରଜନୀରେ ଦିଏ ଆନ୍ତରିକତା ।।----୩
କେବେ ପ୍ରେମର ମଲାଜହ୍ନ,
ପୁଣି କେବେ ସୁନେଲି ଭବିଷ୍ୟତରେ ଆକାଶର ସ୍ୱପ୍ନ,
ସେ ଜ୍ଞାନର ସାଗର ସାଗର ମୁଁ ତ ଏକ ସୀମିତ ଜ୍ଞାନ,
ଜୀବନେ ଦିଏ ଶାନ୍ତି ମୈତ୍ରୀର ଅମୃତ ଦାନ ।।----୪
ଏଭଳି ସାଥୀ ବର୍ଣ୍ଣବାକୁ ଅଭାବ ଯେ ଭାଷା,
ସେ ଯେ ଉଦୀୟମାନ ଉଷା,
ଏକ ମାନବ ଜୀବନେ ଶିକ୍ଷାର ଉଷା,
ପ୍ରିୟ ସଭିଙ୍କ ଓ ସେଇଠି ଲେଖା ସବୁ ଭାଷା ।।-----୫
