Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy

4  

Jayashree Maharana

Tragedy

ସମୁଦ୍ର ଆସୁଛି ମାଡି

ସମୁଦ୍ର ଆସୁଛି ମାଡି

1 min
172


କାହିଁ କେଉଁକାଳୁ ସମୁଦ୍ରର କୂଳ 

ଧୀବର ଜାତିର ଆଶ୍ରା

ଘରଦ୍ୱାର କରି ବୃତ୍ତି ଆପଣାଇ

କରୁଛନ୍ତି ପେଟପୋଷା ।


ସମୁଦ୍ରର ଜଳ ତାଙ୍କରି ଭରସା

ଜୀବନର ମୂଳାଧାର

ନିର୍ଭୟରେ ବାସ କରନ୍ତି କୂଳରେ

ଖେଳିବୁଲି ନିରନ୍ତର ।


ବଦଳି ଗଲାଣି ପ୍ରକୃତିର ସ୍ଥିତି

ଭାରସାମ୍ୟ ନଷ୍ଟ ହୋଇ

ସମୁଦ୍ର ଅଶାନ୍ତ ହୋଇଯାଉଅଛି

ଭୟଙ୍କର ରୂପ ନେଇ ।


କେବେ ଝଡ଼ ପୁଣି ତୋଫାନର ଦାଉ

ଲଘୁଚାପ ଅଵପାତ

ସମୁଦ୍ରକୂଳିଆ ଅଧିବାସୀ ଗଣ

ହେଉଛନ୍ତି ଭୀତତ୍ରସ୍ତ ।



ଉତ୍ତାଳ ଜୁଆର କ୍ଷୀପ୍ର ବେଗ ଧରି

ସମୁଦ୍ର ଆସୁଛି ମାଡି

ଭାଙ୍ଗି ଦେଉଅଛି ସପନର ନୀଡ଼

କରି କରି ଭୀମ ରଡି ।


ଆତଙ୍କିତ ପ୍ରାଣ ଶଙ୍କିତ ଜୀବନ

ଅରଜିବା ଧନ ନଷ୍ଟ

ଆଶା ଓ ଆକାଂକ୍ଷା ଧୋଇଯିବା ପରେ

ହୃଦୟେ ଜାଗଇ କଷ୍ଟ ।


ଧ୍ୱଂସ ବିଧ୍ଵଂସର ଚିତ୍ର ଭରିଦିଏ

ମନରେ ଗଭୀର ଦୁଃଖ

ଅନୁଭବୀ ଜାଣେ ସେ ଦୁଃଖର ସୀମା

ସାଉଁଟେ କ୍ଷଣିଏ ସୁଖ ।


ଭିଟାମାଟି ମୋହ ତୁଟାଇ ଧୀବର

ଅନ୍ୟତ୍ର ଯାଏନା କାହିଁ

ବାରବାର ଭୋଗେ ସମୁଦ୍ରର କୋପ

ତଥାପି ଶୋଚନା ନାହିଁ ।


ସମୁଦ୍ର କୂଳର ମିଠା ଅନୁଭୂତି

ବିସ୍ମରି ନପାରି କେବେ

ଯେତେ ଦୁଃଖକଷ୍ଟ ଦୁର୍ଦ୍ଦିନ ଆସିଲେ

ସହିଯାଉଛନ୍ତି ସର୍ବେ ।


ସମୁଦ୍ର ଆସୁଛି ଦିନୁ ଦିନ ମାଡି

ଘଟୁଛି ବିପଦ କେତେ

ସତର୍କ ହୋଇଲେ ସୁରକ୍ଷିତ ହେବେ

ଦେଖିବେ ସପନ ଯେତେ ।


ତଳିଆ ଅଞ୍ଚଳ ପରିତ୍ୟାଗ କରି 

ଉଚ୍ଚସ୍ଥାନେ କିଛି ଦୂରେ

ବସତି ସ୍ଥାପନ କରିଲେ ସରବେ

ଦିନ ବିତିବ ଖୁସିରେ ।







Rate this content
Log in

Similar oriya poem from Tragedy