STORYMIRROR

Trushna Das

Tragedy

4  

Trushna Das

Tragedy

ବାଜୁ ନାହିଁ ଆଉ ବଂଶୀ

ବାଜୁ ନାହିଁ ଆଉ ବଂଶୀ

1 min
177

ବାଜୁ ନାହିଁ ଆଉ ବଂଶୀ

   ଗୋପପୁର ଯାଇଛି ନିଶବ୍ଦରେ ଭରି

ଆଖିରୁ ସମସ୍ତଙ୍କ ଲୁହ ଯାଉଛି ଝରି

   ଶ୍ରୀହନ ହୋଇଛି ଗୋପପୁର ଆଜି।। 


ବାଜୁ ନାହିଁ ଆଉ ବଂଶୀ

   ମାଆ ଯଶୋଦା କାନ୍ଦୁଛନ୍ତି ବସି

ପୁଅକୁ ଝୁରି ଝୁରି 

   ମନକୁ ବାହୁନି ବାହୁନି।। 


ବାଜୁ ନାହିଁ ଆଉ ବଂଶୀ

   ରାଇ ହୋଇଛନ୍ତି ଉଦାସୀନ ପୁଣି

କେଉଁଠି ଖୋଜିବେ ତାଙ୍କ କାହ୍ନୁଙ୍କୁ ଦେଖାଯାଉ ନାହିଁ ଆଉ ବୁଦ୍ଧି 

  ଏ କି ଲୀଳା କୁହ ହେ ଗୋସାଇଁ।। 


ବାଜୁ ନାହିଁ ଆଉ ବଂଶୀ

   ଗୋପୀମାନଙ୍କ ମୁହଁ ଯାଇଛି ଶୁଖି

ଯମୁନା ତୋତେ ହୋଇଛି ଖାଲି 

   ଯେମିତି ପାଳତିଛି ଆଜି ମଶାଣି।। 


ବାଜୁ ନାହିଁ ଆଉ ବଂଶୀ

   ଗାଈମାନେ ବାହାରୁ ନାହାନ୍ତି ଚରିବାକୁ ଯିବା ପାଇଁ 

ଧିର ହୋଇ ଯାଇ ବସୁଛନ୍ତି 

   ସେଇ କଦମ୍ବ ମୂଳେ ଯାଇ।। 


ବାଜୁ ନାହିଁ ଆଉ ବଂଶୀ

   ତୁମେ ଯେ ବଡ କପଟୀ 

ପ୍ରେମ ଶିଖାଇ 

   କୁଆଡେ ଗଲ ହେ ଗୋସାଇଁ।।


ତୁମକୁ ଆଜି ଝୁରି ହେଉଛନ୍ତି 

   ତୁମ ସାଙ୍ଗ ସାଥି

ଫେରି ଆସ ହେ ଗୋସାଇଁ 

    ନ ଖେଳି ଆଉ ଲୁଚକାଳି।। 


ହେ ଗୋସାଇଁ 

   ବଜାଅ ପୁଣି ତୁମ ବଂଶୀ

ଗୋପପୁରେ ଆଣ ପୁଣି ଉଲ୍ଲାସ

   ଆଉ ଥରେ କର ନୂତନ ଜୀବନ ସଞ୍ଚାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy