STORYMIRROR

Ajit Kumar Raut

Tragedy Inspirational

4  

Ajit Kumar Raut

Tragedy Inspirational

ବିଚ୍ଛିନ୍ନାଞ୍ଚଳ

ବିଚ୍ଛିନ୍ନାଞ୍ଚଳ

1 min
148

ଉତ୍କଳ ଯୋଡିତ ଥିଲା ଦିନେ ଏହି

ବିଚ୍ଛିନ୍ନାଚଳର ଭୂମି,

କାଳ ବଶତଃ ହିଁ ବିଚ୍ଛିନ୍ନା ହୋଇଲା

ହୋଇଲା ବିହାର ଭୂମି ।


ଦୁଃଖକୁ ଆଦରି ରହିଥିଲେ ଏଠି

ଓଡ଼ିଆ ଭାଷୀ ହିଁ ଜନ,

ପୁଣି ଥରେ ଏହା ବିଚ୍ଛିନ୍ନା ହୋଇଲା

ଝାଡ଼ଖଣ୍ଡୀ ହେଲେ ଜନ ।


ଭାଷାଶୂନ୍ୟ ଏହି ଭୂମି ହୋଇ ଅଛି

ଧ୍ୟାନ ନାହିଁ କାହାର

ଓଡ଼ିଆ ଭାଷାର ଶିକ୍ଷା ନାହିଁ ଏଠି

ରୋଦନ କରେ ଅପାର ।


ଜଗନ୍ନାଥଙ୍କର ଧ୍ୟାନ ପଡୁ ନାହିଁ

ଶ୍ରୀହୀନ ହିଁ ଭୂମି ହେଲା,

ଜଗନ୍ନାଥ ଭୂମି ବିଚ୍ଛିନ୍ନାଞ୍ଚଳଟି

ନିଜର ଭାଷା ଭୂଲିଲା ।


ଜଗନ୍ନାଥ ରାବ ନିତ୍ୟେ ଶୁଭୁ ଅଛି

ଧ୍ୟାନ ନାହିଁ ହିଁ ଭାଷାର,

ବହି ମିଳୁ ନାହିଁ ଓଡ଼ିଆ ଭାଷାର

ନ ମିଳେ ଭାଷା ଆଦର ।


କର୍ମକୁ ଆଦରି ଓଡ଼ିଆ ଅଛନ୍ତି

ତାଙ୍କ ହସ୍ତେ କିଛି ନାହିଁ,

ଜଗନ୍ନାଥ ଭଜି କାଳ କାଟୁଛନ୍ତି

ପ୍ରଭୁଙ୍କ ଧ୍ୟାନ ହିଁ ତହିଁ ।


ବର୍ଣ୍ଣୁ ଅଛି ମୁହିଁ ଭୂମିର ଯନ୍ତ୍ରଣା

ଭାଷା ମୂଲ୍ୟ ଜାଣି ଅଛି

ମାତୄଭୂମୀ ଆଉ ମାତୄଭାଷା ପରା

ଜୀବନେ ସର୍ବୋଚ୍ଚ ଅଛି ।


ଓଡ଼ିଆ ସଂସ୍କୃତି ଓଡ଼ିଆ ଭାଷାର

ଗୌରବଟି ଏଠି ମିଳୁ,

ଓଡ଼ିଆ ଭାଷାର ଶିକ୍ଷା ମିଳୁ ଏଠି

ଭାଷାର କୀରଣ ମିଳୁ ।


ଜଗନ୍ନାଥଙ୍କର କରୁଣା ଭି ପଡୁ

ଓଡ଼ିଆ ଶିକ୍ଷା ହିଁ ମିଳୁ,

ଓଡ଼ିଆ ଭାଇଙ୍କ ଓଡ଼ିଆ ସଂସ୍କୃତି

ଓଡ଼ିଆ ଭାଇଙ୍କୁ ମିଳୁ।


ଉତ୍କଳ ଯୋଡିତ ଥିଲା ଦିନେ ଏହି

ବିଚ୍ଛିନ୍ନାଚଳର ଭୂମି,

କାଳ ବଶତଃ ହିଁ ବିଚ୍ଛିନ୍ନା ହୋଇଲା

ହୋଇଲା ବିହାର ଭୂମି ।


Rate this content
Log in

Similar oriya poem from Tragedy