ନଦୀ ଆଉ ବର୍ଷା
ନଦୀ ଆଉ ବର୍ଷା
ଜୀବନର ବିନ୍ଦୁ ବରଷା ଝରକୁ
ଗରଭେ ସଞ୍ଚୟ କରି
ପ୍ରବହେ ତଟିନୀ ନଦୀ ସ୍ରୋତସ୍ବିନୀ
କୁଳୁକୁଳୁ ନାଦ ତୋଳି ।
ହସେ ଦୁଇ କୁଳେ ସବୁଜ ସମ୍ଭାର
ଉପୁଯେ ସୁନା ଫସଲ
ବିକଶେ ସଭ୍ଯତା ସମାଜ ଜୀବନ
ସାହିିତ୍ଯ ଭାଷା ସୁନ୍ଦର ।
ଅଙ୍କାବଙ୍କା ହୋଇ ବହିଯାଏ ନଈ
ସାଇତି ଅମୃତ ପୟ
ତୃଷାର୍ତ୍ତ ପ୍ରାଣକୁ କରଇ ଶୀତଳ
ବିତରି ମାତୃତ୍ବ ସ୍ନେହ ।
ସଂଯୋଗ ସମ୍ପର୍କେ ନଦୀ ଜଳପଥ
ପ୍ରଶସ୍ତେ ସରବରାହ
ନଦୀ ଆଉ ବର୍ଷା ସଦ୍ଭାବ ବ୍ଯାହତେ
ଲାଗେ ବଡ ଦୁର୍ବିସହ ।
କୃତ୍ରିମ ପ୍ରଯୁକ୍ତି ବନ୍ଧ ଆନିକଟ
କାରଖାନା ରସାୟନ
ନାଳ ଓ ନର୍ଦ୍ଦମା ବର୍ଜ୍ୟ ଆବର୍ଜନା
ବୃଦ୍ଧି କରେ ପ୍ରଦୂଷଣ ।
ବାଲି ପଟୁ ସ୍ତରେ ପୋତି ହୋଇ କ୍ରମେ
ନଦୀ ଶଯ୍ଯା ସୁଗଭୀର
ସୃଜଇ ବିପଦ ବନ୍ଯାର ବିତ୍ପାତ
ବାଟବଣା ବର୍ଷା ଜଳ ।
