Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Tragedy

4.7  

Gobinda Chandra Sethi

Tragedy

ମୋ ପ୍ରଶ୍ନ, ପ୍ରଶ୍ନବାଚୀ

ମୋ ପ୍ରଶ୍ନ, ପ୍ରଶ୍ନବାଚୀ

1 min
247



କାହିଁ କେବେ ଆସୁ ନାହଁ

ଆଜି ମୋର କତି

ଚାହିଁ ଚାହିଁ ବାଟ ତୁମ

ଲାଗୁଛି ଅଶାନ୍ତି ।


ଫୋନ୍ ତୁମ ଲାଗୁ ନାହିଁ

ମନେ ଲାଗେ ଡର

ରାଗିଛ କି ପ୍ରୀୟ ତୁମେ

ଗେଲି ମୁଁ ତୁମର ।


କଥା ଦେଇ ଥିଲ ତୁମେ

ଜଲଦି ଆସୁଛ

ଦିନ ପରେ ଦିନ ବିତେ

ଭାବୁଛି ରାଗିଛ ।


ମନ ଖାଲି ଖୋଜେ ତୁମେ 

ହେଉଛି ବ୍ୟାକୁଳ 

ଆଜିକାଲି ମିଳୁନାହିଁ

ଆସିବାକୁ ବେଳ ।


ସତେ ତୁମେ ରହିଅଛ

କାହା ପ୍ରେମେ ବାଇ

ଝୁରୁଅଛି ରାତିଦିନ

ନ'ପାରଇ ଶୋଇ ।


ଜୀବନେ ଆସିଲା ସତେ

କଳା ମେଘ ମୋର

ଶୁଖୁ ନାହିଁ ଆଖି ମୋର

ଛୁଟେ ଲୁହ ଧାର ।


ସଦା ପାଖେ ବସି କୁହ

ମନର ମାନସୀ

ପାଖେ ଆସି ଉଭା ହୁଅ

ଦିଅ ଟିକେ ହସି ।


କୁହ କାହିଁ ଚାଲି ଗଲ

ଅଫେରନ୍ତା ଦେଶ

ଆଜି ମୋତେ ଦୁଃଖ ଦେଲ

କେ କରିବ ନାଶ ।


ପାଖେ ଆଜି ଶୋଇଅଛ

କରୁଛି ପ୍ରଶନ

ଉତ୍ତର ତ ଦେଉ ନାହଁ

ଲାଗୁଛି ବିଷଣ୍ଣ ।


ଭରିଥିଲ ସୁଖଶାନ୍ତି

ମନେ ସପ୍ନ ରଚି

ମିଳିବନି ଥଳକୂଳ

ମନେ ପ୍ରଶ୍ନବାଚୀ ?


ରହିଗଲା ଶେଷ ପ୍ରଶ୍ନ

ଅକୁହା ବେଦନା

ଉଠିବନି ଜାଣେ କେବେ

କହିବାଟା ମନା ।


ଜଣା ନାହିଁ କେବେ ପୁଣି

ନେଇ ଯିବ ପାସ

ପୂର୍ଣ୍ଣ କରି ଶେଷ ପ୍ରଶ୍ନ

ଫୁଟାଇବ ହସ ।


    


Rate this content
Log in

Similar oriya poem from Tragedy