STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଅସରାଏ ବର୍ଷା

ଅସରାଏ ବର୍ଷା

1 min
340


ଅନାଇଛି ଚାଷୀ ଚାତକ ପରାଏ 

ଶ୍ରାବଣ ସରି ଆସିଲା

ବିଲେ ଧାନ ଗଛ ଶୁଖି କୁଟାଖିଅ

ଅସରାଏ ନ ବର୍ଷିଲା ।


ଗ୍ରୀଷ୍ମ ଦିନ ପରି ଖରା ଟାଇଁ ଟାଇଁ

ମାଟି ଫାଟି କରେ ଆଁ

ଅନିୟମିତତା କରେ ଅସ୍ତବ୍ଯସ୍ତ 

ପାଣିପାଗ ଅବାଗିଆ ।


ଫାଟୁଛି ବାଦଲ ମରୁ ଶିଖରରେ

ସହର ଜନବହୁଳେ

ଅସରାଏ ବର୍ଷା କରୁଛି ବେହାଲ

ବୁଡେ ଘରଦ୍ବାର ଜଳେ ।


ହେଉଅଛି ଦ୍ରୁତ ଜନସଂଖ୍ୟା ବୃଦ୍ଧି

ଜଙ୍ଗଲର ଅବକ୍ଷୟ

ସହରୀ ଜୀବନ କଂକ୍ରିଟ କରଣ

ଦେଖି ମନେ ଲାଗେ ଭୟ ।


ଗାଡି ଓ ମଟର କଳ କାରଖାନା

କଳାଧୂଆଁ ପ୍ରଦୂଷଣ

ବଢାଏ ବିପଦ ରୋଗ ମହାମାରୀ

ଜୀବନ ସଙ୍କଟାପନ୍ନ ।


ବିଷଯୁକ୍ତ ବାଷ୍ପ ବରଷୁଛି ଅମ୍ଳ

ସବୁଜିମା କ୍ଷତିଗ୍ରସ୍ତ 

ନାହିଁ ପୂର୍ବ ପରି ଆସରା ବର୍ଷାକୁ

ସୁବିଶ୍ବାସ ଅବଲୁପ୍ତ ।

  


Rate this content
Log in

Similar oriya poem from Tragedy