STORYMIRROR

Naliniprava Subudhi

Tragedy

4  

Naliniprava Subudhi

Tragedy

ଜୀବନର ମୂଲ୍ଯ

ଜୀବନର ମୂଲ୍ଯ

1 min
246


କିଛି ମାଗୁନାହିଁ ଚାହୁଁନାହିଁ ମୁଁହି

            ପାଇବାକୁ କିଛି ମୂଲ୍ୟ

ମୋ ଛାର ଜୀବନ ଅତି ହୀନିମାନ

            ଦୂବଘାସ ସଙ୍ଗେ ତୂଲ୍ୟ

ଦୂବଘାସ ତୂଲ୍ୟ ଜୀବନ ଏ ମୋର

            ଆଶା ମୋର ଅସୁମାରି

ସ୍ୱପ୍ନରେ ଗଢିଛି ତାଜମହଲ ମୁଁ

            ସ୍ୱପ୍ନ ଯାଏ ଅପସରୀ

ଲେଖୁଅଛି ଆଜି ଜୀବନ ଗୀତିକା

            'କା'ରେ ନାହିଁ ଅଭିମାନ

ନରୁହେ ପଛକେ ଇତିହାସ ପୃଷ୍ଠେ

            ନମିଳୁ ପଛେ ସମ୍ମାନ

ମାନ ସନମାନ ଲୋଡା ନାହିଁମୋର

            ଛୋଟ ପିପିଳିକା ମୁଁହି

ଜୀବନ ମୋହର କଟିଯାଉ ସଦା

    କର୍ମେ ପଥେ ଆଗୁ ହୋଇ

ଅଳ୍ପ ବିଦ୍ଯା ମୋର ମହା ଭୟଙ୍କର

         ଭାଷାରେନାହିଁ ମୋ ଛନ୍ଦ

ଜ୍ଞାନୀ ଜନ ସାଥେ କିପରି ବସିବି

            ମନେ ଆସୁଛି ମୋ ଦ୍ବନ୍ଦ

ମନ ଆକାଶର କାନଭାସ ପରେ

            ନୂତନ ତୂଳୀ ରଚିକା

ଲେଖୁ ଲେଖୁ ଯଦି ଜୀବନ ଆକାଶେ

            ପଡିଯିବ ଯବନିକା

ବେଳ ନାହିଁ ଆଉ ରଚିବି କବିତା

            ଆକାଶେ ଉଡନ୍ତା ଗୁଡି

କେତେ ବେଳେ ଗୁଡି ସୂତା ଯିବ ଛିଡି

            ଗୁଡି ଯିବ ତଳେ ପଡି

ଅଲୋଡା ଅଖୋଜା ବଣେ ଫୁଟେ ମୁଁହି

             କେହି ନପାଆନ୍ତି ବାସ

ମନେ ଭାବୁଥାଏ କା' ଶିରେ ଲାଗନ୍ତି

             କେହି ଆସନ୍ତିନି ପାଶ

ବଣ ମଲ୍ଲୀ ମୁହିଁ ବଣରେ ଫୁଟିବି

             ବଣରେ ଯିବି ମୁଁ ଝଡି

କେହି ଜାଣିବେନି ନିର୍ଜନ ବଣର

            ମୁଁହି ବଣମଲ୍ଲୀ କଢି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy