STORYMIRROR

Naliniprava Subudhi

Fantasy

4  

Naliniprava Subudhi

Fantasy

ପରକୀୟା ପ୍ରିତୀ ମହାବିଷମ

ପରକୀୟା ପ୍ରିତୀ ମହାବିଷମ

1 min
381


ନାରୀ ତୁମେ ନାରାୟଣୀ

ମମତାର ଭଣ୍ଡାର ।

ତୁମପାଇଁ ସୃଷ୍ଟି ଆଜି

ଦିଶେ ବହୁ ସୁନ୍ଦର ।

ଜଠରେ ଧରି ସନ୍ତାନ

କେତେ କଷ୍ଟ ସହିଲ ।

ମାତୃରୂପି ହୋଇ ତୁମେ

ସମ୍ମାନ କୁ ତେଜିଲ।

ଜନନୀ ଭଗିନୀ ଜାୟା

କେତେ ରୂପ ତୁମରି।

କଳୁଷିତ କଲ ଏବେ

ରୂପ ମାୟାନଗରୀ।

ସ୍ବାମୀ ପୁତ୍ର ପାଇଁ ତୁମ

ଉଣା ହେଲା ମମତା।

ସ୍ବାଧିନ ହୋଇଛ ବୋଲି

ଭୂଲିଗଲ ସଭ୍ୟତା।

ଧର୍ମକର୍ମ ଭୂଲିଗଲ

ଭୂଲି ପୁତ୍ର ଦୁହିତା।

ପାପକର୍ମେ ଲିପ୍ତ ହେଲ

ହିନ୍ଦୁଧର୍ମ ସଂହିତା।

ସନ୍ତାନକୁ କରିପର

ସ୍ବାମୀ କରି ଉପେକ୍ଷା

ଚୋରା ପ୍ରେମେ ମଜ୍ଜିଗଲ

ଯଉବନେ ଗର୍ବିତା। 

ବିଶ୍ବାସ ରେ ବିଷ ଦେଲ

ଚୋରା ପ୍ରେମେ ପାଗଳୀ

ପରିବାର ଭୂଲିଗଲ

କୂଳ ପାଇଁ ବଇରି। 

ହିନ୍ଦୁଧର୍ମ ଶ୍ରେଷ୍ଠ ଧର୍ମ

ପୁରାଣ ରେ ବର୍ଣ୍ଣିତ।

ସୀତା ସାବିତ୍ରୀ ଦେଶରେ

ହୋଇ ତୁମେ ଜନ୍ମିତ।

ଭୂଲି ଯାଅନାହିଁ ତୁମେ

ଓଡ଼ିଆଣୀ ‌ସଂସ୍କାର ।

ନାରୀ ତୁମେ ନାରାୟଣୀ

ହୁଅନା ଘୃଣା ପାତର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy