STORYMIRROR

Naliniprava Subudhi

Action

3  

Naliniprava Subudhi

Action

ଶ୍ରୀକୃଷ୍ଣ ଜନ୍ମ

ଶ୍ରୀକୃଷ୍ଣ ଜନ୍ମ

1 min
198


ଘୋର ନିଶାରାତ୍ର ପ୍ରହରୀ ଜାଗ୍ରତ

   ଅନ୍ଧକାର ବନ୍ଦୀଶାଳ ।

 ଜ୍ଯୋତ୍ରିମୟଆଭା ଦିଶେମନ ଲୋଭା

   କିଏ ସେ?  ଦେବ ଦୁଲାଳ 

ମୁହିଁ ଅଭାଗିନୀ ଜନମ ଦୁଖିନୀ

    ଉଗ୍ରସେନ ରାଜକନ୍ଯା ।

ବିହି ହେଲା ବାମ ମନ୍ଦ ମୋ କରମ

   ଝରୁଛି ଲୋତକ ବନ୍ଯା ।। 


 ରାଜାଉଗ୍ରସେନ ଅଲିଅଳିକନ୍ୟା

   ବସୁଦେବ ପାଟରାଣୀ ।। 

ଭାତ୍ରା କଂସାସୁର କ୍ରୋଧୀ ସେ ଅପାର

   ନିର୍ଯାତନା ଦିଏ ଆଣି ।। 

 ଷଡପୁତ୍ର ନାସ କଲା କ୍ରୋଧା ବଶ

   ଅଦୃଶ୍ଯ ହେଲା ସପ୍ତମ ।। 

ଅଷ୍ଟମ ଗରଭେ ଶୂନ୍ୟବାଣୀ ଶୁଭେ

   କଂସ ବଇରି ଜନମ ।। 


ଏଥିପାଇଁ କଂସ ମନେ ବହିରୋଷ

    ଷଡପୁତ୍ର କଲାନଷ୍ଟ ।। 

ଆସନାହିଁ ଧନ ମାନ,ମୋ ବଚନ

   ନସହିବି ଆଉ କଷ୍ଟ ।। 

ତୁହିଅଟୁ ବାଳ ଅତି ସୁକୋମଳ

   ଆସନାହିଁ ମୋର କତି ।। 

ମାମୁଁ କଂସାସୁର ନିର୍ଦ୍ଦୟ ଅସୁର

   ତୁହିମୋ ନୟନଜ୍ଯୋତି ।। 


ପାରିବିନି ରଖି ମୁହିଁ ନିରିମାଖି

   ଅତି ନିଦାରୁଣ କଂସ ।। 

ଷଡପୁତ୍ର ମୋର ଶିଳା କଚାଡିଣ

    ନିପାତ କରିଲା ବଂଶ ।। 

ପିତାଉଗ୍ରସେନ ତଡି ସିଂହାସନ

   କଟୁଆଳ ପଣେ ରଖି ।। 

ବସୁଦେବସାଥେ ବନ୍ଦିକରିମତେ

    ରାଜକନ୍ଯା ନିରିମାଖି ।। 


ଦେବକି ବଚନ ଶୁଣିନାରାୟଣ

   ହସି କହନ୍ତି, ଉତ୍ତର ।। 

ଶୁଣ,ମାତମୋର କହେ ସତ୍ୟଗିର

   ନାସିବି ମୁଁ କଂସାସୁର ।। 

ନାଶିମାମୁଁ,ଗର୍ବ କରିବି ମୁଁ ଖର୍ବ

    କିଛି ନଭାବ ମନର ।। 

ଭାଇଙ୍କସାଥିରେ ବଢିବିଗୋପରେ

   ମାରିବି କେତେ ଅସୁର ।। 


ଭାଇ ବଳରାମ ଗୋପରେଜନମ

   ଗର୍ଭୁ ହେଲେ ଅର୍ନ୍ତଧ୍ଯାନ ।। 

ରୋହିଣୀମାତାଙ୍କ କୋଳରେଜନମ

    ଗୋ ଗୋଷ୍ଠରେ ହେଲେଜନ୍ମ।। 

ସ୍ଥାନ ଦିଅ ମାଗୋ ତୁମ ଗର୍ଭ ଭାଗ

    ଦିଅ ତୁମେଶୁଭାଶିଷ।। 

ଗୋପରେ ବଢିବି ନନ୍ଦରାଜା କୋଳେ

     ବିନାଶିବି ମୁହିଁ କଂସ ।।      


ଦେବକି ତଟସ୍ତ ମନେ ଭିତକ୍ରସ୍ତ

    କୋଳେ ଧରି ଚକ୍ରଧର।। 

ଫିଟିଲା ଶୃଙ୍ଖଳ ବସୁଦେବଙ୍କର

    ଚକ୍ଷୁରୁ ଲୋତକ ଧାର।। 

ମୁ ଅଟେ ଅଧମ ପୋଡୁମୋ କରମ

    ତୁହି ତୋତେ ,ରକ୍ଷା କର।। 

ହସି ଗୋପିନାଥ ଶୁଣ ଆହେ ତାତ

     ନିଅ ମତେ ଗୋପପୁର।। 


ମୁଣ୍ଡରେ ଶ୍ରୀହରି ବୋଝମଧ୍ୟେଭରି

     ଗମିଲେ ଯମୁନା ତୀର ।।

କୂଳଲଙ୍ଘୁଅଛି ଯମୁନାତଟିନୀ

     ଉଛୁଳି ଉଠୁଛି ନୀର ।।

ଶିରେଛତ୍ରଜିଣି ଉଭାସପ୍ତଫଣି

     ଦେଖି ଶଙ୍ଖ,ଚକ୍ର,ଚିହ୍ନ ।।

ରାଜା ଉଗ୍ରସେନ କଟୁଆଳ ସମ

     ଚିହିଁଲା ଏ ନାରାୟଣ ।।


ବାଟ ଦେଲେ ଛାଡି ହସ୍ତବେନି ଯୋଡି

      ତଟସ୍ତ ହୋଇ ରହିଲେ ।। 

ବସୁଦେବ ଗଲେ ନନ୍ଦରାଜା ତୁଲେ

     ବାଳକୃଷ୍ଣଙ୍କୁ ଛାଡିଲେ ।। 

ଆଣିଲେ କନ୍ଯାକୁ ଛାତି ଦୁକୁଦୁକୁ

     ପଡିଲା ପାଦେ ଶୃଙ୍ଖଳ ।। 

ନିଦ୍ରା ଅପସରି ଉଠିଲେ ପ୍ରହରି

     ମାୟାରେ ସମସ୍ତେ ଭୋଳ ।। 


କ୍ରୋଦ୍ଧେରାଜାକଂସ ମନେବହିରୋଷ

     ଧାଉଁଅଛି ଖରତର ।। 

କୋଳୁନେଲା କନ୍ଯା ନନ୍ଦର ଲଳନା

    କଚାଡେ ଶିଳା ଉପର ।। 

ହସ୍ତୁ ଗଲା ଉଡି ଶିଳାପରେ ପଡି

     ଡାକଦେଲା ରୁହ,କଂସ ।। 

ତୋରଶତୃହେଳେ ଜନ୍ମିଗୋପପୁରେ

     କରିଦେବ ତତେଧ୍ବଂସ ।। 


କେତେଯେ ଅସୁର ଯାନ୍ତି ଗୋପପୁର

     କୃଷ୍ଣଙ୍କୁ ମାରିବା ପାଇଁ ।। 

ବାଳକୃଷ୍ଣଙ୍କର ଲାବନ୍ଯ ରୂପର

    ଦେଖିଯାନ୍ତି ମୁ୍ର୍ଛ୍ଛା ହୋଇ ।। 

ଜହର ଭରିଲା ଦୁଇକୁଚେ,ଭଲା

     କୃଷ୍ଣ କଲେ କ୍ଷୀରପାନ ।। 

କ୍ଷୀର ସାଥେ ନାସ ପୁତନା ବିନାସ

      ଚଳିଲା ଯମ ଭୂବନ ।। 


।କେତେଲୀଳାଖେଳାଗୋପେନନ୍ଦବଳା

    ସାଥିରେ ଗୋପବାଳକ ।। 

କ୍ଷୀର,ଦହି ଚୋରି ବସନକୁ ଚୋରି

    ରଚିଲେ ଲୀଳା ଅନେକ ।। 

କଂସର ନିଧନ କରି ଭଗବାନ

    ଉଗ୍ରସେନ ନରପତି ।। 

ମଥୁରା ଉଶ୍ବାସ ଗୋପିଙ୍କ ନିଶ୍ବାସ

    ରାଧାଙ୍କ ଜୀବନ ସାଥି ।। 


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action