STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଆଧୁନିକ ନାରୀ

ଆଧୁନିକ ନାରୀ

1 min
597


ନାରୀ ହିଁ ସକଳ ଶକ୍ତିର ମୁଳାଧାର

ସ୍ନେହ ମାୟା ମମତାର ଏକ ମନ୍ଦିର

କେବେ ସେ ଉଗ୍ର କେବେ ସେ ଉଦାର

ମାୟା ବନ୍ଧନେ ବାନ୍ଧିଥାଏ ସାରା ସଂସାର।।


ସ୍ନେହ କରୁଣାର ର ଏକ ମୁଖ୍ୟ ଆକର୍ଷଣ

ମାୟା ମମତା ପ୍ରେମ ବନ୍ଧନ ର କାରଣ

ସଂମ୍ପର୍କ ଗଠନର ଚିରନ୍ତନ ଉଦାହରଣ

ଦୁଃଖ ସୁଖ ମାନ ମନ ର ନିବାରଣ।।


ମାତୃତ୍ଵର ପରିଚୟ ନାରୀ ଶକ୍ତିର ଆଧାର

ସଂସାର ଡଙ୍ଗାରେ ବିଶ୍ବାସର କାତଧର

ନାରୀ ସର୍ବଂସହା ସବୁ କରୁଥାଏ ବିଚାର

ସମତୁଲ ମନଭାବେ ଗଠନ କରେ ସମାଜର।।


ଆଧୁନିକ ନାରୀ ଏବେ ଏବେ ଚଳଚଞ୍ଚଳ

ସମୟ ସଙ୍ଗେ ବଦଳିଛି ନିଜର ସମସ୍ତ ବେଳ

କାଆଁ ଭାଁ ମିଳିଛି କିଛି ସମ୍ମାନ ଉତ୍ତର 

ସବୁକ୍ଷେତ୍ରେ ନାରୀ ପାଇଛି ଅଧିକାର।। 


ପାରାବାର ରୁ ଗଗନ ପର୍ଯ୍ୟନ୍ତ ପରିବ୍ୟାପ୍ତ

ଅମାପ ଆସକ୍ତି ର ଏକ ଜୀବନ୍ତ ପରିବୃତ୍ତ

ସବୁ ମଣିଷଙ୍କ ପାଇଁ ଆତ୍ମବିଶ୍ବାସର ପରିତୃପ୍ତ

ହୃଦୟେ ଭରିଥାଏ କୋମଳ ବିଶ୍ବାସ ଶତ।।


ନାରୀ ତ ଯୁଗେ ଯୁଗେ ପୂଜନୀୟା ବନ୍ଦନିଆ

ମଣିଷର ଭିନ୍ନତା ପାଇଁ ନାରୀଟିଏ ହୋଇ

ସମାଜରେ ନପାଏ ତାର ସୁରକ୍ଷା ଓ ଭରସା

ଆମେ ବଦଳିଲେ ନାରୀ ହେବେ ପୂଣ୍ୟତୋୟା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract