STORYMIRROR

Samar Ballav Bhoi

Abstract Inspirational Thriller

4  

Samar Ballav Bhoi

Abstract Inspirational Thriller

କରିଦିଅ ବଡ଼ ଦେଉଳର ପାରା (୧)

କରିଦିଅ ବଡ଼ ଦେଉଳର ପାରା (୧)

1 min
354


ପ୍ରଭୁ ଜଗନ୍ନାଥ ଜଗତ ଈଶ୍ୱର

ତୁମେ ପ୍ରଭୁ ବିଶ୍ଵ ନିୟନ୍ତା ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା।


ମିଛ ମାୟାରେ ଜିଇଁବା ଅପେକ୍ଷା

ତୁମ ମନ୍ଦିର ବେଢ଼ା ସୁନ୍ଦର ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା।


ମିଛ ସତ ମୁହିଁ କେତେ ଯେ କହିବି

ଘୁମୁରି ଘୁମୁରି ତୋ ମନ୍ଦିର ସାରା

ଗାଉଥିବି ମୁହିଁ ଯଶ କୀରତି ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳର ପାରା।


ଅହଂକାର ଈର୍ଷା ଜାଣି ନି ମୁଁ ପ୍ରଭୁ

ସଂସାର ମାୟାରେ ଭଲ ଲାଗୁନି ଜମା

କେତେ ଯେ ଏକଲା ଲଢିବି ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳର ପାରା।


ଭଲ ମନ୍ଦ ସବୁ ଉପରେ ଉଡୁଛି

ବୁଝନ୍ତି ନାହିଁ ଯେ ଏ ମଣିଷ ପରା

ସତକୁ ମିଛ ମିଛକୁ ସତ ସଜାଡ଼ି ଦିଅନ୍ତି

କେହି କାହାକୁ ମାନେ ନି ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳର ପାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract