STORYMIRROR

Samar Ballav Bhoi

Abstract Children Stories Inspirational

4  

Samar Ballav Bhoi

Abstract Children Stories Inspirational

ଶିକ୍ଷକ

ଶିକ୍ଷକ

1 min
326

ଶିକ୍ଷକ ତୁମେ ନିର୍ମାତା ଏ ଦେଶ ଜାତିର 

ବଶିଷ୍ଠ, ବିଶ୍ଵାମିତ୍ର,ପ୍ଲାଟୋ, ଆରିଷ୍ଟଟଲଙ୍କ

ପରି ଆଦର୍ଶତା ହିଁ ଆଧାର

ବାକ୍ୟ ସବୁ ବେଦବାକ୍ୟ ସଦୃଶ ତୁମର

ଚିନ୍ତାଧାରା ଥାଏ ଅନେକ ଭିନ୍ନ ପ୍ରକାରର।


ଶିକ୍ଷକ ତୁମେ ମେରୁଦଣ୍ଡ ଅଟଇ ଦେଶର 

ଅନ୍ଧାରରୁ ଆଲୋକୁ ବାଟ ଦେଖାଅ ନିରନ୍ତର

ଜ୍ଞାନ ପିପାସୁ ଓ ବିଜ୍ଞତା ଅଟେ ଆଦର୍ଶ ତୁମର

ସମ୍ପୁର୍ଣ୍ଣ ଜ୍ଞାନ ଧାର ସଭିଙ୍କୁ କରନ୍ତି ବିସ୍ତାର।


ଜ୍ଞାନକୌଶଳ ଦ୍ବାରା ଜଟିଳ କୁ କରନ୍ତି ସହଜ

ସୁଚରିତ୍ର ଗଠନ କରିବାରେ ଅଟନ୍ତି ଅଗ୍ରଜ

ନିଃସ୍ୱାର୍ଥପର ବ୍ୟକ୍ତିତ୍ଵ ରେ ଅଟନ୍ତି ସେ ବଜ୍ର 

ସଫଳତାର ରାସ୍ତାରେ ଉଡାନ୍ତି ବିଜୟୀ ଧ୍ଵଜ।


ନିରପେକ୍ଷ ସଦାଚାର ନିଷ୍କପଟ ହୃଦୟ ତାଙ୍କର

ସତ୍ୟବାଦୀ ନିୟମିତ ଅଟନ୍ତି ସେ ସମୟର

ଆଚରଣ ଉଚ୍ଚାରଣ ଅଟେ ବିଷୟ ଆଦର

ସର୍ବଜନେ ଉଦାହରଣ କରନ୍ତି ପ୍ରଚାର ପ୍ରସାର ।


ମୂଳଲକ୍ଷ୍ୟ ଅଟେ ତାଙ୍କ ସୁଛାତ୍ରଛାତ୍ରୀ ଗଠନ

ଦେଶ ପାଇଁ ଅଟନ୍ତି ସେ ଉନ୍ନତ ଉନ୍ନତିର ଜ୍ଞାନ

ପ୍ରଶ୍ନର ଦ୍ବାରା ଦେଶେ ବିତାନ୍ତି ସବୁ ଜୀବନ

ବାସ୍ତବିକ ଚରିତ୍ର କୁ କରନ୍ତି ସେ ଗଠନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract