STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ଅଭିଜ୍ଞ କାଉ ମୁଖରୁ

ଅଭିଜ୍ଞ କାଉ ମୁଖରୁ

2 mins
17


ଘର ପାଖେ କ୍ରମାଗତ କାଉ ରଡ଼ି କୁଣିଆ ସୂଚନା

ମଣିଷର ପୀଢ଼ି ପରେ ପୀଢ଼ି ପ୍ରାୟ ଥିଲେ ଜଣାଶୁଣା

ପିତୃ ଶ୍ରାଦ୍ଧ ବେଳେ କାଉ ପ୍ରତି ପ୍ରେମ ମଣିଷ ମନରେ

ପିତୃ ଗଣ ତୃପ୍ତି କଥା ଯଦି କାଉ ଖାଇ ଦିଏ ଥରେ

ପିଲା ନ ଖାଇଲେ ମାଆ ଡାକୁ ଥିଲା ଆ ଆ କାଉ କହି 

କାଉ ବସା ଦେଖି ପାଖା ପାଖି ପ୍ରାୟ ଯାଆନ୍ତିନି କେହି


ସମୟ ସହିତ ବଦଳିଛି ମଣିଷର ହାବ ଭାବ

କାଉ ଓ କୁଣିଆ କଥା ଯୁବ ପୀଢ଼ି ଙ୍କୁ ଲାଗେ ଅଜବ

ଅନିଚ୍ଛୁକ ସାନ ପିଲା ଖାଇବାକୁ ମା'ର କାଉ ଡାକ

ଆଉ ଶୁଭୁ ନାହିଁ ଗାଁ ବା ସହର ସବୁ ହୋଇଛି ଏକ

ମୋବାଇଲ୍ ଦେଖାଇ ମାଆ ପିଲାଙ୍କୁ ଖୁଆଇ ଦେଉଛି

ଆଜିର ପିଲାଏ କାଉ ଦେଖିଲେ ଘଉଡାଇ ଦେଉଛି

କୋଇଲି ମିଠା ସ୍ୱର ପ୍ରତି ପ୍ରେମୀ ଯୁଗଳ ଅନୁରୁକ୍ତ

ଖରା ବେଳେ ସେହି ସମୟରେ କାଉ ରଡ଼ିଲେ ବିରକ୍ତ


ରାତି ନ ପାହୁଣୁ କାଉ ରଡି ପ୍ରାୟ କେହି ଶୁଣୁ ନାହିଁ

ବିଳମ୍ବିତ ରାତ୍ରୀରେ ଶୋଇ ସକାଳ ଜାଣି ହେଉନାହିଁ

ଘର ପାଖେ କା କା ହୋଇ କୁଣିଆ ଆସିବା କଥା ବନ୍ଦ

ମୋବାଇଲରେ ଖବର,ଆଗୁଆ କଥାରେ ହିଁ ଆନନ୍ଦ

ଶ୍ରାଦ୍ଧ ସମୟରେ ଖିରି ପୁରୀ ମିଠା ବଢ଼ା ହେଉ ନାହିଁ

ମନ୍ଦିରରେ ପୂଜାରୀଙ୍କୁ ସଞ୍ଚା ଦେଇ ଶ୍ରାଦ୍ଧ ହୁଏ ତହିଁ

ବୃଦ୍ଧ ବୟସରେ ପିତାମାତାଙ୍କୁ ଶ୍ରଦ୍ଧା ଭାବ ଅଭାବ

ମଲା ପରେ ସ୍ଵାଦିଷ୍ଟ ଭୋଜନ କାଉ କୁ କିମ୍ପାଇ ଦେବ!

ଆଧୁନିକ ମଣିଷର ଗ୍ରହ ଶାନ୍ତି ସୁଖ ଭୋଗ ପାଇଁ

ସକାଳୁ ସକାଳୁ ବାସି ରୋଟି କାଉ ମୁଖରେ ପଡ଼ଇ 

ତଥାପି କାଉ-ଧର୍ମ କାଉ ନିହାତି ପାଳନ କରୁଛି

ସକାଳୁ ରଡିବା ସହ କୁଣିଆ ଆସିବା ଜଣାଉଛି


କାଉର ଜୀବନ ଜଡ଼ିତ ମଣିଷ ସମାଜ ସହିତ

ମଣିଷର ସ୍ବଭାବ ପ୍ରତି ଓତପ୍ରୋତଃ ଭାବେ ଜଡ଼ିତ

ପୂର୍ବେ ମାଠିଆରେ ଗୋଡ଼ି ଭରି କାଉ ପାଣି ପିଇ ଅଛି

ସେହି କଥା ପିଲାଙ୍କର ଗପ ହୋଇ ଆଜି ବି ରହିଛି

କେବଳ କୋଇଲି ମାନଙ୍କ କୌଶଳ କାଉ ଜାଣୁ ନାହିଁ

ସୁଯୋଗ ପାଇଲେ କାଉ ଘରେ ଅଣ୍ଡା ଦିଏ ଧାଇଁ ଧାଇଁ 


ଅନୁଭୂତି କଥା କହି ଅଛି କାଉ ତା' ନିଜ ଭାଷାରେ

ଯାହା ଦେଖିଛି ଯାହା ଶୁଣିଛି ରହି ଗଛ ଉହାଡରେ

ସଂକ୍ଷେପରେ କାଉ କଥା କାଉ ମୁଖେ କଲା ବ୍ୟକ୍ତ

ମଣିଷଙ୍କ ଦୟା ଭାବ ଥାଇ କାଉ ହେଉ ଉପକୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract