STORYMIRROR

Sarojini Mishra

Abstract

4  

Sarojini Mishra

Abstract

ଆହେ ଗୋପବନ୍ଧୁ

ଆହେ ଗୋପବନ୍ଧୁ

2 mins
378

ଆହେ ଗୋପବନ୍ଧୁ ଦୀନ ଜନ ବନ୍ଧୁ

ବନ୍ଧୁ ତ ଏଇ ରାଜ୍ୟର

ବନ୍ୟା ପ୍ରପୀଡ଼ିତ ବନ୍ଧୁ ହେ ତୁମେ

ବନ୍ଧୁ ଏ ସତ୍ୟବାଦୀର ।


ଆହେ ଗୋପବନ୍ଧୁ ଦୟାର ସାଗର

ଶିକ୍ଷା ମାନଦଣ୍ଡ ତୁମେ

ଶିକ୍ଷା ଅଗ୍ରଗତି ଥିଲା ତୁମ ସ୍ବପ୍ନ

ବନ ବିଦ୍ୟାଳୟେ ଭ୍ରମେ ।


ଆହେ ଗୋପବନ୍ଧୁ ପଞ୍ଚସଖା ବନ୍ଧୁ

ସଂଗ୍ରାମୀ ନୀତି ପ୍ରବୀଣ

ସୁଆଣ୍ଡୋ ଗ୍ରାମର ଟେକ ରଖିଗଲ

ହେଲ ଚିର ମହୀୟାନ ।


ଆହେ ଗୋପବନ୍ଧୁ ଦୟାର ସାଗର

ହାତ ତ ଦାନର ପାତ୍ର

ସ୍ୱତନ୍ତ୍ର ବ୍ୟକ୍ତିତ୍ଵ ଶାନ୍ତ କାନ୍ତ ରିକ୍ତ

ଜ୍ୟୋତି ଯେ ଛୁଏଁ ଦିଗନ୍ତ ।


ଆହେ ଗୋପବନ୍ଧୁ ଦେଶ ଜନ ବନ୍ଧୁ

ସେବା ଦାନେ ଥିଲ ବ୍ରତୀ

ସ୍ଵାଧୀନତା ପଥେ ପାଦ ଦେଇ ଥିଲ

ମାନି ଯେ ଅହିଂସା ନୀତି।


କର୍ମବୀର ତୁମେ ଆହେ ଗୋପବନ୍ଧୁ

ଶିକ୍ଷା ଦୀକ୍ଷା ମହାଗୁରୁ

ଦେଶ ଉନ୍ନତି ରେ ମଗନ ଥିଲ ହେ

ଧନ୍ୟ ତୁମ ଦେଶ ପ୍ରୀତି ।


ଆରେ ଗୋପବନ୍ଧୁ ନୀତି ର ମୋତିରେ

ସମୁଜ୍ଜ୍ଵଳ ସଦା ଥିଲ

ଅତି ସାଧାରଣ ବେଶ ପୋଷାକ ରେ

ଅସାଧାରଣ ଯେ ଥିଲ ।


ଆହେ ଗୋପବନ୍ଧୁ ବ୍ୟକ୍ତିଗତ ସ୍ଵାର୍ଥ

ସଦା ତେଜ୍ୟ କରିଥିଲ

ଗୋଷ୍ଠି ସ୍ଵାର୍ଥ ପାଇଁ ଘର ପରିବାର

ସବୁ ଭୁଲି ଯାଇଥିଲ ।


ଆହେ ଗୋପବନ୍ଧୁ ସତ୍ୟବାଦୀ ଇନ୍ଦୁ

ସାହିତ୍ୟ ସୃଷ୍ଟି ନିପୁଣ

ଓଡ଼ିଶା ସାହିତ୍ୟ ଆକାଶେ ବିରାଜେ

ପୁଣ୍ୟ ନକ୍ଷତ୍ର ସମାନ ।


ଆହେ ଗୋପବନ୍ଧୁ ତୁମରି କବିତା

ଦେଶପ୍ରେମ ଗାଥା ଗାଏ

ଦେଶ ପାଇଁ ଥିଲ ଉତ୍ସର୍ଗୀକୃତ ହେ

ଜୀବନ ବତାଇ ଦିଏ ।


ସମ୍ବାଦ ବାହକ ଆହେ ଗୋପବନ୍ଧୁ

ତ୍ୟାଗବୀର ଧରୋହର

ଉତ୍କଳର ମଣି ନେଇଛ ମେଲାଣି

ତୁମକୁ ଖୋଜେ ଅନ୍ତର ।


ପ୍ରତି ବର୍ଷ ବନ୍ୟା ଆସଇ ରାଜ୍ୟରେ

ମନେ ପଡ଼େ ତୁମ କଥା

ଛିଣ୍ଡା ପୋଷାକରେ ଭୋକିଲା ଦେଖିଲେ

ମନେ ପଡ଼େ ତୁମ ଗାଥା ।


ଉତ୍କଳର ମଣି ଆହେ ଗୋପବନ୍ଧୁ

ଗର୍ବ କରୁ ତୁମ ପାଇଁ

ମନେ ବ୍ୟଥା ଲାଗେ ଆମ ବିଦ୍ୟାଳୟେ

ଦିବସ ପାଳନ ନାହିଁ ।


ସରକାର ଙ୍କର ଦିବସ ପାଳନେ

ତୁମ ନାମ ସିନା ନାହିଁ

ଆମେ ହିଁ ଚାହିଁଲେ ଆମ ବିଦ୍ୟାଳୟେ

ତିଥି ପାଳନ ହେବଇଁ ।


ଆହେ ଗୋପବନ୍ଧୁ ଆଦର୍ଶର ସେତୁ

ଘେନ ଆମ ପ୍ରଣିପାତ

ଆଉ ଥରେ ତୁମେ ଏ ଧରାକୁ ଆସି

ଦେଖାଇ ଦିଅ ସୁପଥ ।


ଆହେ ଗୋପବନ୍ଧୁ ଆଉଥରେ ଆସ

ତ୍ୟାଗର ମହତ୍ତ୍ଵ କୁହ

ଶିକ୍ଷା ସନ୍ଧାନୀ ହେ ଆଉ ଥରେ ଆସି

ଜୀବନର ଶିକ୍ଷା ଦିଅ ।


ଅଞ୍ଚଳବାସୀଙ୍କ କାନେ ଗୋପବନ୍ଧୁ

ଏକତାର ମନ୍ତ୍ର ଦିଅ

ନିଃସ୍ୱାର୍ଥ ହେବାର ଗୁରୁମନ୍ତ୍ର ଥରେ

ଏ ଜନତା କାନେ ଦିଅ ।


ପ୍ରଣମ୍ୟ ହେ ବନ୍ଧୁ ଶିକ୍ଷା ପ୍ରବୀଣ

ଏ ମାଟିର ତୁମେ ଗର୍ବ

ଆଉଥରେ ଆସି ତୁମ ଚେତନାର

ମଞ୍ଜି ବୁଣି ଦେଇଯାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract