STORYMIRROR

Sarojini Mishra

Abstract

4  

Sarojini Mishra

Abstract

ପ୍ରକୃତିକୁ ଲୁଟି କି ଲାଭ ପାଅ

ପ୍ରକୃତିକୁ ଲୁଟି କି ଲାଭ ପାଅ

2 mins
1


ପ୍ରକୃତି ଅଟଇ ପ୍ରଭୁଙ୍କର କିର୍ତ୍ତୀ
ଜଗତର ଅଟେ ଜୀବନଧାର
ବିଜ୍ଞାନ ବିଷାଦ ସ୍ଵରେ ଜର୍ଜରିତ
ସୁଖ ଠୁ ଅଧିକ ଦୁଃଖ ସମ୍ଭାର ।


ପ୍ରଗତି ଧାରାରେ ବିଶ୍ଵ ଉତ୍‌ଫୁଲ୍ଲତ
ଶାନ୍ତି ବଦଳରେ ଅଶାନ୍ତ ଝଡ
ଜୀବନୀ ଶକ୍ତି ଯେ ଆଶ୍ଵସ୍ତି ବିହୀନ
ଉପଭୋଗ ଛୋଟ ଅଶାନ୍ତି ବଡ଼ ।


ବିକାଶ ବୃକ୍ଷରେ ବିନାଶର ଫଳ
ଅବସାଦେ ସ୍ଥିତ ସାରା ପୃଥିବୀ
ପ୍ରଭୁ ଦତ୍ତ ଚିଜ ଅମୂଲ୍ୟ ଦରବ
ମନୁଷ୍ୟ ମାନସ ପାରୁନି ହେଜି ।


ଓଜନର ସ୍ତର ବିପଦେ ପଡିଛି
ଛିଦ୍ର ସୃଷ୍ଟି ହୋଇ ବିଷାଦ ବୃଷ୍ଟି
ସବୁଜ ବଳୟ ସନ୍ତାପିତ ପୁଣି
ପ୍ରକୃତି ସଭିଙ୍କୁ ପାରୁନି ତୁଷ୍ଟି ।


କାନ୍ଦେ ଗିରିବନ ସବୁଜ କାନନ
ନଦ ନଦୀ ସ୍ୱଭାବ ହରାଉଛି
ମଣିଷ କୃତି ଆଣୁଛି ଦୁଷ୍କୃତି
ବିପଦ ଆସିଲେ ମନେପଡୁଛି ।


ନବ ସର୍ଜନା ହରାଏ ତର୍ଜମାର ଛନ୍ଦ
ମାଟି ସତେ ଆଜି ବନ୍ଧ୍ୟା ହେଉଛି
ବିଷ ବକ୍ଷଣରେ ସୃର୍ଜନୀ ବନ୍ଧିତ
ସ୍ଵଳ୍ପ ସମୟରେ ଶକ୍ତି ହାରୁଛି ।


ବିକାଶର ବିଷ ଧୂଆଁ ପ୍ରଭାବରେ
ଜୀବ ଜଗତ ଯେ ନିଃସ୍ଵ ହେଉଛି
କାର୍ଯ୍ୟ କାରଣ ଓ ନିରାକରଣକୁ
ଆତ୍ମସାତ୍ କରି ଦୁଃଖ ପାଉଛି ।


ପ୍ରକୃତିର ଦାନ ଅଣଦେଖା ପଣେ
ନିଃସ୍ବ ହୋଉ ନିଃସହାୟ ହେଉଛି
ପ୍ରକୃତିକୁ ଲୁଟି ଏ ମଣିଷ ଜାତି
ନିଜ ହାତେ ନିଜ ଜିହ୍ବା ଛେଦୁଛି ।

 
ମାଟି ହରାଇଛି ନମନୀୟ ଭାବ
ପତରେ ପତରେ କଳିମା ଦାଗ
ପତର ଖୋଜୁଛି କାକର ମୋତିକୁ
ବୃକ୍ଷ ଖୋଜୁ ଅଛି ସନ୍ତୋଷ ଭାବ ।


ମାଟିଠୁ ଆକାଶ ନଦୀ ବନ ପ୍ରାନ୍ତ
ସାଗର ବେଳାରେ ଅଶାନ୍ତ ଢ଼େଉ
ପ୍ରକୃତି ଲୁଣ୍ଠିତ ଏ ମାନବ ହାତେ
ବିସ୍ମୃତି ଗହ୍ଵରେ ଋତୁର ଭାଉ ।

 
ଜୀବନ ଜୀଇଁବା ଧାରା ନିର୍ବାସିତ
ସହଜ ପଥର ସର୍ବେ ବାଟୋଇ
ପ୍ରକୃତି ପଡ଼ିଛି ଲୁଟେରା କବଳେ
ଆମେ ସାଜି ଅଛେ ଲୁଟେରା ଭାଇ ।


କଳୁଷିତ ଆଜି ଜୀବନ ଅମୃତ
ବିଷ ବଳୟ ତ ମାନବରକୃତ
ପ୍ରଭୁଙ୍କର କୃତି ଏ ପ୍ରକୃତି ରାଜି
ମଳୟ ଆଳୟ ଶ୍ଵାସ ରୁଦ୍ଧ କରେ
ପ୍ରକୃତି ଲୁଟୁଛି ମାନବ ଆଜି ।


ମାଟି ଖୋଜେ ତୃପ୍ତି ସଲିଳ ବାରିଧି
ତୃପ୍ତି ତତ୍ତ୍ଵ ଖୋଜେ ଅମୃତ ଦିଶା
ଅଦିନ ବରଷା ଗ୍ରୀଷ୍ମ ପରିଭାଷା
କହୁଛି କି ହେବ ଭବିଷ୍ୟ ଦଶା ।


ପ୍ରକୃତି ପଚାରେ ବିଷର୍ଣ୍ଣ ବଦନେ
କାହିଁକି ଲୁଟୁଛ ପ୍ରଭୁ ଙ୍କ ଦାନ
କି ଲାଭ ପାଉଛ ପ୍ରକୃତିକୁ ଲୁଟି
ନିଜକୁ ନିଜେ ବି କର ହନନ ।


ଜାଗି ଉଠୁ ବିଶ୍ଵେ ଜାଗୃତିର ମନ୍ତ୍ର
ପ୍ରକୃତରେ ଆସୁ ନବ ଉନ୍ମେଷ
ନିର୍ବାପିତ ହେଉ ପ୍ରକୃତି ଜ୍ୱଳନ
ଜୀବ ଜଗତ ଟା ପାଉ ସନ୍ତୋଷ ।


Rate this content
Log in

Similar oriya poem from Abstract