STORYMIRROR

Biswajit Sahoo

Abstract Others

3  

Biswajit Sahoo

Abstract Others

ସମୟ ଚକ

ସମୟ ଚକ

1 min
258


ସମୟ ଚକରେ ସଂସାରର ରଥ

ଚାଲୁଥିଲା ଚାଲୁଅଛି,

କେତେ ସୁଖ ଦୁଃଖ କେତେ ଭଲ ମନ୍ଦ

ଆସୁଥିଲା ଆସୁଅଛି।

କେତେ ସ୍ବପ୍ନ ଥିଲା ମନରେ ମୋହର   

ଆଜି ଅଛି କିଛି ସ୍ମୃତି,

ସ୍ମୃତି ସିନା ଅଛି ଆଦରିଛି ବୋଲି

ସମୟ ଯାଇଛି ବିତି।

ମଧୁର ସ୍ବପ୍ନକୁ ମନେ ପକେଇଲେ

ଭଙ୍ଗା ହୃଦୟର ଛାଇ,

ଧସେଇ ପଶୁଛି ମନ ଭିତରକୁ

ମୋତେ କେତେ କଷ୍ଟ ଦେଇ।

କୁହ ବନ୍ଧୁଗଣ କେମିତି ସହିବି

ଅକୁହା କଥାର ଭାର,

ସମୟ ଚକରେ ପେଶି ହେଉଅଛି

ସ୍ବପ୍ନର ମୋ ବାଲିଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract