STORYMIRROR

Biswajit Sahoo

Abstract Classics Others

3  

Biswajit Sahoo

Abstract Classics Others

ମୁଁ

ମୁଁ

1 min
201

କାହାକୁ ? ମୋତେ ଖୋଜୁଛ କି ?

ମୁଁ ତ କେବେଠୁ ହଜି ଯାଇଛି

ଭାସି ଯାଇଛି କାଳର ପ୍ରଖର ସ୍ରୋତରେ

ମୁଁ ମୋର ଅସ୍ତିତ୍ବ ହରାଇ ବସିଛି,

ମୋ ଅତୀତର ଧ୍ବଂସ ସ୍ତୁପ ମଧ୍ୟରେ,

କିଛି ବି ମୋର ନଥିଲା, ହେଲେ ସବୁ କିଛି ମୋର ବୋଲି ଚିତ୍କାର କରୁଥିଲି,

ଏବେ ମୋର ସ୍ଥିତି କେବଳ ଏଇ ଅଭିଶପ୍ତ ନୀରବତାରେ।


ଅସୁମାରୀ ସ୍ବପ୍ନ ଥିଲା କେବେ ମୋ ଆଖିରେ,

ଆଜି କେବଳ ସ୍ମୃତିର ଶର ମୋ ଛାତିରେ,

ଜୀବନର ଲକ୍ଷ୍ୟ ଜାଣିନି, ବଞ୍ଚିବାର ଅର୍ଥ ବୁଝିନି,

ତଥାପି ନିଜକୁ କଷ୍ଟ ଦେଇ ଚାଲିଛି ନିଜ ଶବ୍ଦ ମାଧ୍ୟମରେ ।


ମୁଁ ତ ଖୋଜିଛି ନିଜକୁ

କେବେ ବାପାଙ୍କ ଭିତରେ,କେବେ ବୋଉ ଭିତରେ,

କେବେ କେବେ ମୋ ସାଙ୍ଗ ଭିତରେ,

କେବେ ରାସ୍ତାରେ ବୁଲୁଥିବା ପାଗଳ ଟିଏ ଭିତରେ

ମାତ୍ର ଆଶ୍ଚର୍ଯ୍ୟ ସବୁଠି ମୁଁ ନିଜକୁ ପାଇଛି ।


ସମସ୍ତଙ୍କୁ ଦେବାକୁ ଚାହିଁଛି ସ୍ନେହ,

ହେଲେ ପ୍ରତିବଦଳରେ ପାଇଛି ଯନ୍ତ୍ରଣା, ଲାଞ୍ଛନା

ମୁଁ ହିଁ ହେଇଛି ଘୃଣାର ପାତ୍ର।


ତେବେ ଭୁଲ୍ କରି ସାରି,

ଆଜି ଏ ବିଳାପ କାହିଁକି ?

ସତରେ ପୁଣି ଭୁଲ୍ ହେଇଗଲା

ମୁଁ ପୁଣି ହଜି ଯାଉଛି

କିନ୍ତୁ ଆଉ ଥରେ ନିଶ୍ଚୟ ଦେଖାହେବ

ଏଥର କିନ୍ତୁ ନିସ୍ତବ୍ଧ ରାତିରେ,ନିର୍ଜନ କୋଠରୀରେ,

ଅଭିଶପ୍ତ ନୁହେଁ ଏକ ଅବ୍ୟକ୍ତ ନୀରବତାରେ,

ହଁ ନିଶ୍ଚୟ ଦେଖାହେବ,

ତୁମର ଚିନ୍ତା ଏବଂ ଚେତନାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract