Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajit Sahoo

Abstract Others

4  

Biswajit Sahoo

Abstract Others

ପ୍ରଶ୍ନ

ପ୍ରଶ୍ନ

1 min
171



କ'ଣ କେବଳ ପ୍ରାପ୍ତି ହିଁ ପ୍ରେମ,

ଅପେକ୍ଷା ନୁହେଁ ?

କ'ଣ କେବଳ ସ୍ବପ୍ନ ହିଁ ପ୍ରେମ,

ସ୍ମୃତି ନୁହେଁ ?

କ'ଣ କେବଳ ମିଳନ ହିଁ ପ୍ରେମ,

ବିରହ ନୁହେଁ?

କ'ଣ କେବଳ ତୃପ୍ତି ହିଁ ପ୍ରେମ,

ତୃଷ୍ଣା ନୁହେଁ ?

କ'ଣ କେବଳ ଫୁଲ ହିଁ ପ୍ରେମ,

କଣ୍ଟା ନୁହେଁ ?

କ'ଣ କେବଳ ହସ ହିଁ ପ୍ରେମ,

ଲୁହ ନୁହେଁ?

କ'ଣ କେବଳ ଓଠ ହିଁ ପ୍ରେମ,

ଆଖି ନୁହେଁ ?

କ'ଣ କେବଳ କଥା ହେବା ହିଁ ପ୍ରେମ,

ନୀରବତା ନୁହେଁ ?

କ'ଣ କେବଳ ଶରୀର ହିଁ ପ୍ରେମ,

 ଆତ୍ମା ନୁହେଁ ?


Rate this content
Log in